ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ରେ ପୌର ନିର୍ବାଚନ। ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର। ଭୁବନେଶ୍ୱର ମହାନଗର ନିଗମ ମଇଦାନରେ ଏବେ ୧୨ ମେୟର ଓ ୨୮୯ କର୍ପୋରେଟର ପ୍ରାର୍ଥୀ । ସେହିପରି କଟକରେ ୧୬ ଜଣ ମେୟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସାରା ରାଜ୍ୟରେ ଏବେ ୫୬୯ଟି ଅଧ୍ୟକ୍ଷ ଓ ମେୟର ପାଇଁ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ୫ହଜାର ୮୪୨ଟି କାଉନସିଲର ଓ କର୍ପୋରେଟର ପାଇଁ ନାମାଙ୍କନ କାଏମ ରହିଛି ।