ଭିତରକନିକାରେ ଲାଗିଲା କ୍ୟାମେରା

ରାଜନଗର, ୨୭।୧୦(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କର ଗତିବିଧି ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ରାଜନଗର ରେଞ୍ଜର ଘଞ୍ଚ ଜଙ୍ଗଲ ମଧ୍ୟରେ କ୍ୟାମେରା ଖଞ୍ଜା ଯାଇଛି। ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ପର୍ଯ୍ୟାୟକ୍ରମେ ରାଜନଗର ଲୁଣା ଜଙ୍ଗଲ ବନ୍ୟଜୀବ ବନଖଣ୍ଡ ଅଧୀନରେ ଥିବା ସମସ୍ତ ୫ଟି ରେଞ୍ଜର ଜଙ୍ଗଲ ମଧ୍ୟରେ କ୍ୟାମେରା ଲାଗିବ। ଚଳିତବର୍ଷ ପ୍ରଥମଥର ପାଇଁ ଏମ-ସ୍ପ୍ରାଇଟ୍ସ ମୋବାଇଲ ଆପ୍‌ରେ ବନ୍ୟଜନ୍ତୁଙ୍କର ମନିଟରିଂ କରାଯିବ। ଏଥିସହ ବୋଟ ସାହାଯ୍ୟରେ ଭିତରକନିକା ଜୀବଜନ୍ତୁଙ୍କ ମନିଟରିଂ କରାଯିବ ବୋଲି ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।
ରାଜନଗର ରେଞ୍ଜର ସୁନେଇ ରୂପେଇ, ରାଜାବନ୍ଧ, ଅଙ୍ଗାରି ଫରେଷ୍ଟ ବ୍ଲକ, ବରୁଣେଇ, ଦୋବନ୍ଧି, ଠାକୁରଡିଆ ଫରେଷ୍ଟ ବ୍ଲକ ମଧ୍ୟରେ କ୍ୟାମେରା ଖଞ୍ଜାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି କ୍ୟାମେରା ଲାଗିଛି। ଜଙ୍ଗଲ ମଧ୍ୟରେ ଥିବା ଗଛରେ ଏହି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାରେ ୨ ମାସ ଯାଏଁ ଭିଡିଓ ଷ୍ଟୋରେଜ ହୋଇ ରହିପାରିବ। ଭିତରକନିକାରେ ଥିବା ଫିସିଂକ୍ୟାଟ, ବଣବିରାଡି, ଚିତାବିରାଡି, ବିଲୁଆ, ହେଟାବାଘ, ପାଣିଓଧ, ଗୋଧ, ଝିଙ୍କ ଆଦି ବନ୍ୟଜୀବଙ୍କ ଗତିବିଧି ନିରୀକ୍ଷଣ କରାଯିବ। ଭିତରକନିକାରେ ପ୍ରକୃତରେ ଏମାନଙ୍କ ସଂଖ୍ୟା କେତେ, ଏମାନଙ୍କ ଜୀବନଶୈଳୀ, ଏମାନଙ୍କର ଖାଦ୍ୟ କ’ଣ, କେଊଁ ଜୀବ ଏକୁଟିଆ ରହିବାକୁ ପସନ୍ଦ କରେ ଏବଂ କେଉଁ ବନ୍ୟଜୀବ ଦଳ ଦଳ ହୋଇ ରହିବାକୁ ପସନ୍ଦ କରନ୍ତି, ସବୁକିଛି କ୍ୟାମେରା ଟ୍ରାପ୍‌ରୁ ଜାଣି ହେବ। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଭାରତୀୟ ବନ୍ୟ ଜୀବ ସଂସ୍ଥା, ଡେରାଡୁନ ମାଧ୍ୟମରେ ବନ୍ୟଜୀବମାନଙ୍କର ଗତିବିଧି ନିରୀକ୍ଷଣ କରାଯାଉଛି। ଭାରତର ସୁନ୍ଦରବନ ମ୍ୟାନଗ୍ରୁଭ ଅଞ୍ଚଳରେ ଏହି କ୍ୟାମେରା ଟ୍ରାପ ଯୋଜନା ଆରମ୍ଭ ହୋଇଥିଲା। ସୁନ୍ଦରବନର ସଫଳତା ପରେ ଭିତରକନିକା ମ୍ୟାନଗ୍ରୁଭ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ ପାଇଁ କ୍ୟାମେରା ଖଞ୍ଜାଯାଇଛି। ଏହି କ୍ୟାମେରା ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ କରିବା ସହ ଭିତରକନିକା ଜାତୀୟ ଉଦ୍ୟାନରେ ଅବାଧ ପ୍ରବେଶ କରୁଥିବା ଶିକାରୀଙ୍କ ଉପରେ ମଧ୍ୟ ଦୃଷ୍ଟି ରଖିବ। କେଉଁ ଫରେଷ୍ଟ ବ୍ଲକ ଅଞ୍ଚଳକୁ କିଏ କିଏ ଯାଇଛନ୍ତି। ସେମାନେ କିପରି ପ୍ରବେଶ କଲେ ଭିଡିଓ ଦେଖିବା ପରେ ଶିକାରୀଙ୍କ ସୂଚନା ବନ ବିଭାଗ ପାଇବା ସହ ଦୃଷ୍ଟି ରଖିବ। ନଭେମ୍ବରରେ ୫ଟି ରେଞ୍ଜର କ୍ଷେତ୍ର କର୍ମଚାରୀମାନଙ୍କୁ ଟ୍ରେନିଂ ସହ କିପରି ମୋବାଇଲ ଆପ୍‌ରେ ବନ୍ୟଜନ୍ତୁମାନଙ୍କ ଗତିବିଧି ନିରୀକ୍ଷଣ କରାଯିବ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଡିଏଫଓ ଡ. ପତି ସୂଚନା ଦେଇଛନ୍ତି। କ୍ୟାମେରା ଲାଗିବା ପରେ ଏହାର ସୁଫଳ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri