ଘାଟିରେ ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଫୁଲବାଣୀ ଅଫିସ,୧୮ା୧୨: ଗୁରୁବାର ବିଳମ୍ବିତ ରାତିରେ ଖଜୁରିପଡ଼ା ଥାନା ଅନ୍ତର୍ଗତ ସ୍କୁଲ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ପଠାଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣା ତଦନ୍ତ ଜାରି ରଖିଛି।