କଣ୍ଟେନର ପଛରେ ଧକ୍କା ଦେଲା ବସ୍‌, ୫ ଆହତ

କେନ୍ଦୁଝର,୮ା୧(ସ୍ବ.ପ୍ର.): ୪୯ ନଂ. ଜାତୀୟ ରାଜପଥ ଅନ୍ତର୍ଗତ ଜୁଡ଼ିଆ ଘାଟିରେ ଶନିବାର ବିଳମ୍ବିତ ରାତିରେ ଏକ କଣ୍ଟେନର ବେଆଇନ ପାର୍କିଂ କରିଥିବାରୁ ପୁଣି ଏକ ଦୁର୍ଘଟଣା ଘଟିଛି। ଅନୁଗୋଳରୁ ଟାଟା ଯାଉଥିବା ସାଇବାବା ନାମକ ଯାତ୍ରୀବାହୀ ବସ୍‌ ରାସ୍ତା ପାର୍ଶ୍ୱରେ ବ୍ରେକ୍‌ ଡାଉନ୍‌ ହୋଇ ଛିଡ଼ା ହୋଇଥିବା ଧକ୍କା ଦେବା ଫଳରେ ଡ୍ରାଇଭର ସମେତ ୫ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ୨ଜଣ ଚିକତ୍ସା ହେବା ପରେ ଡିସଚାର୍ଜ ହୋଇ ଘରକୁ ଯାଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ବିଜୟ କୁମାର ପାତ୍ର(୪୩),ଗୋମା କଣ୍ଡାଲକେଲ(୨୩),ମନୁ ନାୟକ(୩୫) କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଡ୍ରାଇଭର ବିଜୟ କୁମାର ପାତ୍ରଙ୍କ କହିବା ଅନୁଯାୟୀ, ରାଜପଥର ଡାହାଣ ପାର୍ଶ୍ୱରେ ବ୍ରେକ୍‌ ଡାଉନ୍‌ ହୋଇ ଛିଡ଼ା ହୋଇଥିବା କଣ୍ଟେନର ଜାଣି ନ ପାରି ଧକ୍କା ହୋଇଥିଲା। କଣ୍ଟେନର ଛିଡ଼ା ହୋଇଥିବା ସ୍ଥାନରେ କୌଣସି ସତର୍କ ସୂଚନା ଦିଆଯାଇ ନ ଥିବାରୁ ଜଣାପଡ଼ି ନ ଥିଲା। ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ବଢୁଛି। ସେପ୍ଟେମ୍ବରଠାରୁ ନଭେମ୍ବର ମଧ୍ୟରେ ୩ ମାସରେ କେନ୍ଦୁଝର ଜିଲାରେ ୧୬୧ଟି ଦୁର୍ଘଟଣା ଘଟି ୮୧ ଜଣ ମୃତ୍ୟୁବରଣ କରିଥିବାବେଳେ ୫୬ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ଯାହାକି ରାଜ୍ୟରେ ସର୍ବାଧିକ ଅଟେ। ଏହି ୩ ମାସରେ ସଦର ପୋଲିସ ଅଞ୍ଚଳରେ ସର୍ବାଧିକ ଦୁର୍ଘଟଣା ଘଟିଛି। ଏହି ଥାନା ଅଞ୍ଚଳରେ ସେପ୍ଟେମ୍ବରଠାରୁ ନଭେମ୍ବର ମଧ୍ୟରେ ୩ ମାସରେ ୩୦ଟି ଦୁର୍ଘଟଣା ଘଟି ୧୭ ଜଣ ମୃତ୍ୟୁବରଣ କରିଛନ୍ତି। ଜାତୀୟ ରାଜପଥରେ ବେଆଇନ ପାର୍କିଂ କରୁଥିବା ଗାଡ଼ିମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri