Categories: ଜାତୀୟ

ବସ୍‌-କାର୍‌ ମୁହାଁମୁହିଁ ଧକ୍କା, ୫ ଜୀଅନ୍ତା ଜଳିଗଲେ

ରାଞ୍ଚି,୧୫ା୯: ଝାଡ଼ଖଣ୍ଡରେ ବୁଧବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବସ୍‌ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଜୀଅନ୍ତା ଜଳିଯାଇଛନ୍ତି। ଏ ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁଯାୟୀ, ରାମଗଡ଼ ନିକଟସ୍ଥ ରଜରପ୍ପା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବସ୍‌ କାର୍‌ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ୫ ଜଣ ଜୀଅନ୍ତା ଜଳିଯାଇଛନ୍ତି। କୁହାଯାଉଛି, ମୃତକମାନେ ସମସ୍ତେ ବିହାରର। ଏହି ଦୁର୍ଘଟଣାରେ ଆହୁରି କିଛି ଲୋକ ଫସିରହିଥିବା କୁହାଯାଉଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

Share