ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଜି ଭୋର ପ୍ରାୟ ୩ଟା ସମୟରେ ରାଉରକେଲାରୁ କେନ୍ଦୁଝର ଫେରୁଥିବା ପାଢ଼ୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଛି। ତେବେ ବସ୍‌ରେ ଥିବା ପାଖାପାଖି ୪୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ। ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।