ସଂଘର୍ଷରତ ମା’ କାନ୍ଧରେ ପରିବାର ବୋଝ

ହଂକଂ,୫ା୫:ଜୟମାଳା ଦେବୀଙ୍କୁ ୧୪ ବର୍ଷ ବୟସରେ ବାହା କରାଇଥିଲେ ମା’ବାପା। ତାଙ୍କ ଉପରେ ସ୍ବାମୀ ଚାପ ପକାଇଚାଲିଥିଲେ ପୁଅ ଜନ୍ମ କରିବାକୁ। ଦୁଇ ପୁଅଙ୍କୁ ଜନ୍ମ ଦେବା ପରେ ଆଗକୁ ବଢ଼ିବା ନାହିଁ ବୋଲି ସେ କହୁଥିଲେ। ଏପରି ଭାବେ ଜୟମାଳା ୭ ପିଲାଙ୍କ ମା’ ହୋଇଗଲେ। ବିହାରରେ ଜୟମାଳାଙ୍କ ଭଳି ଅନେକ କାହାଣୀର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭାରତର ଦରିଦ୍ରତମ ରାଜ୍ୟ ବିହାରରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଠାରେ ପ୍ରାୟ ୧୨୭ ନିୟୁତ ଲୋକ ବସବାସ କରନ୍ତି, ଯାହାକି ମେକ୍ସିକୋ ଜନସଂଖ୍ୟା ସହ ସମାନ।
ଭାରତର ଅର୍ଥନୀତିକୁ ଦେଖିଲେ ମୋଟ ଜନ୍ମହାର ହ୍ରାସ ପାଇଛି। କିନ୍ତୁ ଦାରିଦ୍ର୍ୟ ଓ ଶିଶୁକନ୍ୟା ଜନ୍ମକୁ ନେଇ ରହିଥିବା ପକ୍ଷପାତୀ ମନୋଭାବ ଜାତୀୟ ସ୍ତରରେ ଜନସଂଖ୍ୟା ବୃଦ୍ଧିର କାରଣ ସାଜିଛି। ୭ ପିଲାଙ୍କୁ ନେଇ ଦୈନନ୍ଦିନ ଗୃହକାର୍ଯ୍ୟ ବୁଝିବା ମୋତେ ନିର୍ବୋଧତା ଆଡ଼କୁ ଟାଣିନେଇଛି ବୋଲି କେବେ ନିଜ ଗଁା ମାଟି ଛାଡ଼ି ନ ଥିବା ୩୦ ବର୍ଷୀୟା ଜୟମାଳା ପ୍ରକାଶ କରିଛନ୍ତି। ଜୟମାଳା ଭାବିଥିଲେ ଗୋଟିଏ କି ଦୁଇଟି ଛୁଆ ଜନ୍ମ ପରେ ଆଉ ଆଗକୁ ବଢ଼ିବେ ନାହିଁ। କିନ୍ତୁ ପ୍ରଥମେ ଲଗାତର ଭାବେ ଝିଅ ଜନ୍ମ ହେବାରୁ ପିଲାଙ୍କ ସଂଖ୍ୟା ୭ରେ ପହଞ୍ଚତ୍ୟାଇଛି। ଜୟମାଳାଙ୍କ ଜରାଜୀର୍ଣ୍ଣ କୁଡ଼ିଆ ଘରେ ଏକ ଛୋଟ ଟିଭି ଏବଂ ପୁରୁଣା ପଙ୍ଖା ଲାଗିଛି। ପଲସ୍ତରା ହୋଇ ନ ଥିବା କାନ୍ଥରେ ଝୁଲୁଛି ହିନ୍ଦୁ ଦେବଦେବୀଙ୍କ ଫଟୋ।
ବିହାରରେ କାର୍ଯ୍ୟ ପାଇଁ ଉଚିତ ପାଉଣାର ସୁଯୋଗ ନାହିଁ କହିଲେ ଚଳେ। ଜୟମାଳାଙ୍କ ସ୍ବାମୀ ସୁଭାଷ ଦାଦନ ଖଟିବାକୁ ଦିଲ୍ଲୀ ଯାଇଛନ୍ତି। ଅଣକୁଶଳୀ ଶ୍ରମିକ ସୁଭାଷ ଘରକୁ କିଛି କିଛି ଟଙ୍କା ପଠାଇଥାଆନ୍ତି। ବେଶି ଅର୍ଥ ଉପାର୍ଜନ ପାଇଁ ପରିବାରରେ ଅଧିକ ସଦସ୍ୟ ରହିବା ଆବଶ୍ୟକ ବୋଲି ଏବେ ମଧ୍ୟ ବିହାରରେ ମନେକରାଯାଏ ବୋଲି ଅଣଲାଭକାରୀ ସଂସ୍ଥା ପପୁଲେଶନ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ରାଜ୍ୟ ମୁଖ୍ୟ ପିରାମଲ ଚନ୍ଦ୍ରା କହିଛନ୍ତି। ଅଧିକ ସଂଖ୍ୟକ ପୁଅର ଆବଶ୍ୟକତାକୁ ନେଇ ଧାରଣା ମୁରବିଙ୍କ ସାଂସ୍କୃତିକ ଆକାଂକ୍ଷାକୁ ପ୍ରତିଫଳିତ କରେ। ପୁଅମାନେ ବାହାହୋଇ ପିଲାଛୁଆ ଜନ୍ମ କରିବା ପରେ ମଧ୍ୟ ମା’ବାପାଙ୍କୁ ଆର୍ଥିକ ସହଯୋଗ କରିବେ ବୋଲି ସେମାନେ ଧରିନେଇଥାଆନ୍ତି। ଏଠାରେ ଗୋଟିଏ ପୁଅକୁ ଜନ୍ମ ଦେବା ପରିବାର ତଥା ମା’ ପାଇଁ ସମ୍ମାନ ଓ ଗର୍ବର ବିଷୟ ବୋଲି ପିରାମଲ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଝିଅମାନଙ୍କୁ ସାଧାରଣତଃ ବୋଝ ଓ ଖର୍ଚ୍ଚାନ୍ତ ହେବାର କାରଣ ବୋଲି ଧରିନିଆଯାଏ। କାରଣ ପାରମ୍ପରିକ ବିବାହ ବେଳେ ମା’ବାପା ନିଜ ଝିଅକୁ ଯୌତୁକ ଦେଇଥାନ୍ତି। ଗରିବ ପରିବାରର ମା’ବାପା ଝିଅକୁ ବାଲ୍ୟବିବାହ କରାଇବା ପରେ ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇଥିବା ମନେକରନ୍ତି, ଯାହାକି ଜୟମାଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି କାରଣରୁ ବିହାରରେ ଅଧିକ ସଂଖ୍ୟକ ଛାତ୍ରୀ ପାଠପଢ଼ାରେ ଡୋରି ବାନ୍ଧି ସ୍କୁଲ ଛାଡ଼ିଥାଆନ୍ତି। ରାଜ୍ୟର ମାତ୍ର ୫୫% ମହିଳା ଲେଖିପଢ଼ି ଜାଣନ୍ତି, ଯାହାକି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଭାରତର ସର୍ବନିମ୍ନ ସାକ୍ଷରତା ହାର।
ପିରାମଲଙ୍କ ମତରେ ଏହି ପରିସଂଖ୍ୟାନ ରାଜ୍ୟର ଉଚ୍ଚ ଜନ୍ମହାରକୁ ଦର୍ଶାଉଛି। ମହିଳାମାନେ ପାଠଶାଠ ପଢ଼ିବାରୁ ବଞ୍ଚତ୍ତ ହେଉଥିବାରୁ ପରିବାର କେତେ ଛୋଟ ହେବା କଥା ତାହା ଜାଣିପାରୁ ନାହାନ୍ତି। ଗର୍ଭନିରୋଧ ଜରିଆରେ ପରିବାର ନିୟୋଜନ ବିଷୟରେ ସେମାନଙ୍କ ଜ୍ଞାନ ନାହିଁ। ଏକଦା ବିହାରର ସ୍ଥିତିକୁ ଯନ୍ତ୍ରଣାଦାୟକ ଦାରିଦ୍ର୍ୟର ବୋଝ ସମ୍ଭାଳିଥିବା ସାରା ଭାରତରେ ଦୋହରାଯାଇଥିଲା। କିନ୍ତୁ କିଛି ଦଶନ୍ଧି ହେଲା ଆର୍ଥିକ ଉନ୍ନତି ଯୋଗୁ ଚିତ୍ର ବଦଳିଛି।
ଭାରତରେ ମହିଳାମାନେ ହାରାହାରି ୨ ପିଲା ଜନ୍ମ କରୁଛନ୍ତି। ୧୯୬୦ରେ ଏହି ସଂଖ୍ୟା ସର୍ବାଧିକ ୬ ରହିଥିଲା। ମା’ମାନଙ୍କ ସ୍ବାସ୍ଥ୍ୟସେବା ଓ ଜୀବନଶୈଳୀରେ ଉନ୍ନତି ଯୋଗୁ ଏହି ପରିବର୍ତ୍ତନ ଆସିପାରିଛି। କିନ୍ତୁ ବିହାର ଅତ୍ୟଧିକ ଜନ୍ମହାର ହେତୁ ଆର୍ଥିକ ଦୃଷ୍ଟିରୁ ପଛେଇଯାଇଛି। ଜଣେ ମା’ ହାରାହାରି ୩ ପିଲା ଜନ୍ମ କରୁଛନ୍ତି। ଭାରତରେ କୁପୋଷଣ, ଶିଶୁ ମୃତ୍ୟୁହାର, ଶିକ୍ଷା ଓ ଡାକ୍ତରୀ ସୁବିଧାର ଅଭାବର ସବୁଠୁ ଦୟନୀୟ ସ୍ଥିତି ଏଥିରୁ ପ୍ରତିଫଳିତ ହେଉଛି।
୫୫ ବର୍ଷୀୟ ରାଜକୁମାର ସଦାଙ୍କ ୫ ସନ୍ତାନଙ୍କ ମଧ୍ୟରୁ ମାତ୍ର ଜଣେ ପୁଅ ଜୀବିତ ଅଛନ୍ତି। ବିହାରରେ ୪, ୫, ୬, ୭ ଏପରିକି ୮ ପିଲା ଜନ୍ମ କରିବା ସାଧାରଣ କଥା ବୋଲି ସେ କହିଛନ୍ତି। ସରକାରୀ ସ୍ବାସ୍ଥ୍ୟକର୍ମୀ ଇନ୍ଦିରା କୁମାରୀ ପ୍ରତି ମାସରେ ଗ୍ରାମାଞ୍ଚଳର ୪୦୦ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକେ କେତେ ପିଲା ଜନ୍ମ କରିବେ ସେନେଇ ନିଷ୍ପତ୍ତି ନେବା ଅଧିକାର ମହିଳାମାନଙ୍କର ନାହିଁ। ଯଦି କୌଣସି ମହିଳା ପରିବାର ନିୟୋଜନ ଚାହାନ୍ତି, ତେବେ ତାଙ୍କ ଶ୍ୱଶୁର ଘର କିମ୍ବା ସ୍ବାମୀ ତାଙ୍କୁ ସମର୍ଥନ କରନ୍ତି ନାହିଁ ବୋଲି ଇନ୍ଦିରା କହିଛନ୍ତି।
ରାଜ୍ୟ ସରକାର ଝିଅମାନଙ୍କ ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ଆର୍ଥତ୍କ ସହାୟତା ଘୋଷଣା କରିଛନ୍ତି। ‘ଛୋଟ ପରିବାର ସୁଖୀ ପରିବାର’ ସ୍ଲୋଗାନକୁ ଆଗକୁ ବଢ଼ାଇବା ପାଇଁ ମାଗଣାରେ କଣ୍ଡୋମ୍‌ ବଣ୍ଟନ କରାଯାଉଛି। ବିହାରରେ କିଛି ବର୍ଷ ତଳେ ଏହି ପ୍ରସଙ୍ଗ ଉଠାଇବା ଏକ ଚ୍ୟାଲେଞ୍ଜ ହୋଇଥିବାବେଳେ ବର୍ତ୍ତମାନର ଏହିସବୁ ଉଦ୍ୟମ ମା’ବାପାମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି ବୋଲି ପିଏଫ୍‌ଆଇ ପ୍ରୋଗ୍ରାମ୍‌ ଅଫିସର ରିତୁ ସିଂ କହିଛନ୍ତି। ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିବା ରିତୁ କହିଛନ୍ତି, ଆମ ଲୋକଙ୍କ ମତରେ ଜଣେ ମହିଳା ବିବାହ ପରେ ପିଲା ଜନ୍ମ କରି ନ ପାରିଲେ ତାଙ୍କ ଜୀବନ ମୂଲ୍ୟହୀନ। ଏବେ ଧାରା ବଦଳିବା ଆରମ୍ଭ ହୋଇଛି। ଜୟମାଳାଙ୍କ ସହ କିଛି ସମ୍ପର୍କ ନ ଥିବା ୨୬ ବର୍ଷୀୟା ପୁନମ୍‌ ଦେବୀ ଜଣେ ଦିନ ମଜୁରିଆ, ଯିଏକି ଚତୁର୍ଥ ପିଲାକୁ ଜନ୍ମ ଦେବା ପରେ ଅସ୍ତ୍ରୋପଚାର କରାଇଛନ୍ତି। ଏତିକି ପର୍ଯ୍ୟାପ୍ତ। ସେମାନଙ୍କୁ ଶିକ୍ଷାଦୀକ୍ଷା ଦେଇ ଭଲ ମଣିଷ କରିବା ଉପରେ ଆମେ ଗୁରୁତ୍ୱ ଦେବା ଉଚିତ ବୋଲି ପୁନମ୍‌ ନିଜ ସ୍ବାମୀଙ୍କୁ ବୁଝାଇଛନ୍ତି। ସ୍ବାମୀ ମଧ୍ୟ ତାଙ୍କ ପ୍ରସ୍ତାବରେ ସହମତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri