କଅଁଳ କାନ୍ଧରେ ପରିବାର ବୋଝ: ସହାୟତାର ହାତ ବଢାଇଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର, ୯।୪(ବ୍ୟୁରୋ): ନାଁ ଅମିତ ପୃଷ୍ଟି। ବୟସ ମାତ୍ର ୧୪। ଘର ନୟାଗଡ଼ରେ। ପାଠ ପଢା, ଖେଳକୁଦ ବୟସରେ ଏବେ କାନ୍ଧେଇଛନ୍ତି ପରିବାରର ବୋଝ। ୩ବର୍ଷ ପୂର୍ବେ ପିତାଙ୍କ ଅକାଳ ମୃତ୍ୟୁ ପରେ ମା’ ଓ ବଡ ଭଉଣୀଙ୍କ ସହ ଅମିତ ଭିଟାମାଟି ଛାଡି ଭୁବନେଶ୍ୱର ଚାଲି ଆସିଥିଲେ। କାମଧନ୍ଦା ଖୋଜୁଖୋଜୁ ପହଞ୍ଚତ୍ୟାଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟରେ। ଶେଷରେ ବିଶ୍ୱବିଦ୍ୟାଳୟ ହିଁ ପାଲଟିଗଲା ତାଙ୍କ କର୍ମସ୍ଥଳ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ କେତେଜଣ ଛାତ୍ରୀଙ୍କ ସହଯୋଗରେ ଅମିତ କ୍ୟାମ୍ପସ୍‌ରେ ଏକ ଜଳଖିଆ ବେପାର ଆରମ୍ଭ କଲେ। ଇଡ୍‌ଲି, ଘୁଗୁନି, ଆଳୁଦମ୍‌ ଓ ଦହିବରାର ନିଆରା ସ୍ବାଦ ଛାତ୍ରଛାତ୍ରଙ୍କୁ ବେଶ୍‌ ଆକର୍ଷିତ କଲା। ମଧୁସୂଦନ ହଷ୍ଟେଲ ନିକଟ ସ୍ଥାନ ପାଲଟିଗଲା ଅମିତଙ୍କ ପରିଚୟ। ଛୋଟ ଉଠାଦୋକାନ ଚାରିପାଖରେ ଛାତ୍ରୀଛାତ୍ରମାନେ ଭିଡ଼ ଲାଗୁଛି। ସେଥିରୁ ଯେଉଁ ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି। ଏଥିସହ ସେ ମଧ୍ୟ ପାଠପଢ଼ିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଜଟଣୀର ଡାଳତୋଳା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ଅମିତଙ୍କ ପ୍ରାଥମିକ ଲକ୍ଷ୍ୟ ହେଉଛି ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବା। ହେଲେ ସୀମିତ ରୋଜଗାରରୁ ପରିବାର ଖର୍ଚ୍ଚ ତୁଲାଇ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଆସିବା କେଉଁଠୁ।
ଅମିତ୍‌ଙ୍କ ଏହି ସଂଘର୍ଷପୂର୍ଣ୍ଣ ଜୀବନ ସମ୍ପର୍କରେ ଖବର ପାଇବା ପରେ ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଗୁରୁବାର ବର୍ଷା ଅମିତ୍‌ଙ୍କ ଦୋକାନରେ ପହଞ୍ଚତ୍ ତାଙ୍କ ହାତ ତିଆରି ଇଡ୍‌ଲି ଖାଇବା ସହ ବେଶ୍‌ କିଛି ସମୟ ମନଖୋଲି ବାର୍ତ୍ତାଳାପ କରିଥିଲେ। ପାଠ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଦେଖି ‘ସମ୍ମାନିତା’ ପକ୍ଷରୁ ଅଭିନେତ୍ରୀ ବର୍ଷା ତାଙ୍କୁ ବହି, କଲମ, ଜ୍ୟାମିତି ବାକ୍ସ ଏବଂ ଏକ ସ୍କୁଲ୍‌ ବ୍ୟାଗ୍‌ ଆଦି ପାଠ୍ୟୋପକରଣ ଉପହାର ଦେଇଛନ୍ତି। ଆଗାମୀ ଦିନରେ ଅମିତଙ୍କୁ ପାଠପଢ଼ାରେ ଆବଶ୍ୟକ ସହଯୋଗ କରିବେ ବୋଲି ବର୍ଷା ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri