Posted inଜାତୀୟ

Budget 2025: ଆଜିଠୁ ବଜେଟ ଅଧିବେଶନ: ଉଠିବ ମହାକୁମ୍ଭ ଦଳାଚକଟା ଝଡ଼

ନୂଆଦିଲ୍ଲୀ,୩୧ା୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଏପ୍ରିଲ ୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେବ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ରେ ଶେଷ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ଗୁରୁବାର ସର୍ବଦଳୀୟ ବୈଠକ ଡାକି ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି।

ଅନ୍ୟପକ୍ଷେ ବିରୋଧୀ ଦଳଗୁଡ଼ିକ ମହାକୁମ୍ଭ ମେଳାରେ ଭୁଲ୍‌ ପରିଚାଳନା ଯୋଗୁ ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ଏବଂ ଓ୍ବକ୍‌ଫ ଯୁଗ୍ମ ସଂସଦୀୟ କମିଟିର କାର୍ଯ୍ୟକାରିତାରେ ପ୍ରକ୍ରିୟାଗତ ତ୍ରୁଟି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ମୋଟାମୋଟି ଭାବେ ବଜେଟ ଅଧିବେଶନରେ ଅନେକ ପ୍ରସଙ୍ଗ ଝଡ଼ ସୃଷ୍ଟି କରିପାରେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଫେବୃଆରୀ ୧ରେ ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହା ତାଙ୍କର ଲଗାତର ଅଷ୍ଟମ ବଜେଟ ହେବାକୁ ଯାଉଛି। ଏହା ପୂର୍ବରୁ ଶୁକ୍ରବାର ୨୦୨୪-୨୫ ଆର୍ଥିକବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ। ଏହି ଅଧିବେଶନରେ ଅର୍ଥ ବିଲ୍‌-୨୦୨୫, ଓ୍ବକ୍‌ଫ, ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ୍ସ ଆକ୍ଟ ଏବଂ ଇଣ୍ଡିଆନ୍‌ ରେଲଓ୍ବେଜ୍‌ ବୋର୍ଡ ଆକ୍ଟ ସମେତ ମୋଟ ୧୬ଟି ବିଧେୟକ ଉପସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ପୂର୍ବ ଅଧିବେଶନ ବେଳେ ଆଗତ ହୋଇ ବିତର୍କ ଅପେକ୍ଷାରେ ଥିବା ଅନ୍ୟ ୧୦ଟି ବିଧେୟକ ଉପରେ ମଧ୍ୟ ବିଚାର କରାଯାଇପାରେ।

ଏଥିଲାଗି ସରକାରଙ୍କ ପକ୍ଷରୁ ଗୁରୁବାର ସର୍ବଦଳୀୟ ବୈଠକ ଡକାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ, ଜେ.ପି. ନଡ୍ଡା, ଅର୍ଜୁନ ରାମ ମେଘଓ୍ବାଲ ଏବଂ ଏଲ୍‌. ମରୁଗାନ୍‌ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) କେନ୍ଦ୍ରର ମହତ୍ତ୍ୱାକାଂକ୍ଷୀ ‘ଓ୍ବାନ୍‌ ନେଶନ୍‌ ଓ୍ବାନ୍‌ ଇଲେକ୍ସନ’ ବିଲ୍‌କୁ ନେଇ ପ୍ରଶ୍ନ ଉଠାଇଛି।

ଲୋକ ସଭା ସହ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ଉଦ୍ଦିଷ୍ଟ ଉକ୍ତ ବିଲ୍‌କୁ ଏତେ ତରବରିଆ ଭାବେ ଆଗତ କରାଯିବା ଅନୁଚିତ। ବରଂ ଏହା ପୂର୍ବରୁ ବିସ୍ତୃତ ବିଚାରବିମର୍ଶ ଲୋଡ଼ା ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ କହିଛି। ‘ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ଇଲେକ୍ସନ ବିଲ୍‌’ ସଂସଦର ଶୀତ ଅଧିବେଶନ ବେଳେ ଉପସ୍ଥାପିତ ହୋଇଥିବାବେଳେ ଯାଞ୍ଚ ପାଇଁ ୩୯ଜଣିଆ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଛି। ଜେଡିୟୁ ଏମ୍‌ପି ସଞ୍ଜୟ କୁମାର ଝା ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ପ୍ରସ୍ତାବିତ ଏକକାଳୀନ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ବିଲ୍‌କୁ କାର୍ଯ୍ୟକାରୀ କରାଇବା ଲାଗି ତରବର ହେବା ଅନୁଚିତ।

ସେହିପରି ଏନ୍‌ଡିଏର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଗୃହରେ ଆସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ କହିଛନ୍ତି, ସଦସ୍ୟମାନଙ୍କ ବସିବା ବ୍ୟବସ୍ଥା ଉପରେ ଏକତରଫା ଭାବେ ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସର ଜୟରାମ ରମେଶ, କେ. ସୁରେଶ, ବାମପନ୍ଥୀ ନେତା ଜନ୍‌ ବ୍ରିଟ୍ଟାସ୍‌, ପି. ସନ୍ଦୋଶ କୁମାର, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍‌ ଓ’ବ୍ରାଏନ୍‌ ମଧ୍ୟ ବୈଠକରେ ଯୋଗଦେଇଥିଲେ। ଗୌରବ, ବ୍ରିଟ୍ଟାସ୍‌, ସୁଦୀପଙ୍କ ସମେତ ଅନେକ ବିରୋଧୀ ନେତା ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଓ୍ବକ୍‌ଫ ସଂଶୋଧନ ବିଲ୍‌ ସମ୍ପର୍କିତ ପ୍ୟାନେଲର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଓ୍ବକ୍‌ଫ ପ୍ୟାନେଲ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନଙ୍କୁ ନିଲମ୍ବନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜେପିସିର ପ୍ରୋସିଡିଂ ‘ଗଣତନ୍ତ୍ରକୁ ଉପହାସ’ ଏବଂ ‘ପ୍ରହସନ କସରତ’ ବୋଲି ସେମାନେ ସମାଲୋଚନା କରିଥିଲେ। ସୂତ୍ରରୁ ଜଣାପଡ଼ିଛି, ସମାଜବାଦୀ ପାର୍ଟି (ଏସ୍‌ପି)ର ରାମଗୋପଳ ଯାଦବ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପରିଚାଳନାଗତ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ବୁଧବାର ଦଳାଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୟୁପି ସରକାର ୨୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଥିବାବେଳେ କ୍ଷତିପୂରଣ ପରିମାଣ ବଢ଼ାଇବା ପାଇଁ ବୈଠକରେ ରାମଗୋପାଳ ଦାବି କରିଥିଲେ, ଯାହାକୁ ଅନ୍ୟ ବିରୋଧୀ ନେତାମାନେ ସମର୍ଥନ କରିଥିଲେ। ରାମଗୋପାଳ କହିଥିଲେ, ପରିଚାଳନା ପରିବର୍ତ୍ତେ ଆମତ୍ପ୍ରୋତ୍ସାହନକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ମେଳାରେ ଏଭଳି ଅଭାବନୀୟ ଘଟଣା ଘଟିଲା।

ସେହିପରି ପାର୍ଲାମେଣ୍ଟରେ ଶାସକ ଦଳର ନେତାମାନଙ୍କୁ କହିବା ପାଇଁ ଅଧିକ ସୁଯୋଗ ଦିଆଯିବା ଉପରେ ମଧ୍ୟ ଅନେକ ବିରୋଧୀ ଏମ୍‌ପି ଆପତ୍ତି ଜଣାଇଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମରେ ପରିବର୍ତ୍ତନ ପ୍ରସ୍ତାବକୁ ମଧ୍ୟ ସେମାନେ ବିରୋଧ କରିଥିଲେ। ବୈଠକରେ ଆର୍‌ଏସ୍‌ପି ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ୍‌, ବିଜେଡିର ସସ୍ମିତ ପାତ୍ର, ଡିଏମ୍‌କେର ଟି.ଆର୍‌. ବାଲୁ, ଜେଏମ୍‌ଏମ୍‌ ଏମ୍‌ପି ମହୁଆ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରୀୟ ବଜେଟ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଦଳର ନେତା ଅନେକ ପ୍ରସଙ୍ଗ ଉଠାଇଛନ୍ତି। ବଜେଟ ଅଧିବେଶନ ଆରମ୍ଭ ହେବା ପରେ ମହାକୁମ୍ଭ ମେଳା ସମେତ ଆଉ କେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା ହେବ ତାହା ବିଜ୍‌ନେସ୍‌ ଆଡଭାଇଜରି କମିଟି (ବିଏସି) ସ୍ଥିର କରିବ।

ଇତିମଧ୍ୟରେ କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ କହିଛନ୍ତି, କୁମ୍ଭର ରାଜନୀତୀକରଣ କରାଯାଉଥିବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଧର୍ମୀୟ ସମାବେଶ ଶାସକ ଭାଜପାର ଭିଆଇପିମାନଙ୍କ ମେଳା ପାଲଟିଛି। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ। ସେହିପରି କୃଷକଙ୍କ ସମସ୍ୟା, ସାଧାରଣ ଜନତା ଭୋଗୁଥିବା ଅସୁବିଧା ଆଦିକୁ ବିରୋଧୀ ଇଣ୍ଡିଆ ବ୍ଲକ୍‌ ପ୍ରସଙ୍ଗ କରି ସରକାରଙ୍କୁ ଘେରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?