ଭଉଣୀ ସହ ବଜାର ଯାଇଥିଲେ ଭାଇ, ହେଲେ ଘରକୁ ଫେରିଲା ମୃତଦେହ

ରାୟଗଡ଼ା ଅଫିସ, ୩୧।୧୦: ୩୨୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ସାମଲ। ତାଙ୍କ ଘର ରାୟଗଡ଼ା ସହର ଆର୍‌କେ ନଗରସ୍ଥିତ ସୁଇପର କଲୋନୀରେ ବୋଲି ଜଣାପଡିଛି। ୩୨୬ ନମ୍ବର ଜାତୀୟ ରାଜପଥସ୍ଥିତ ନୂଆସାହି ଛକ ନିକଟକୁ ସୁଧାଂଶୁ ଭଉଣୀଙ୍କ ସାଙ୍ଗରେ ବୁଲିବାକୁ ଯାଇଥିଲେ। ସ୍କୁଟି ରଖି ରାସ୍ତା ପାର ହେବା ସମୟରେ ରାୟଗଡାରୁ ଟିକିରି ଯାଉଥିବା ଏକ କାର ସୁଧାଂଶୁକୁ ଧକ୍କା ଦେଇଥିଲା। ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରି ଥାନା ଘେରାଉ କରିଛନ୍ତି।