ବ୍ରିଟିଶ ନିର୍ମିତ ବଙ୍ଗଳା ଏବେ ଭୂତକୋଠି

ମହାକାଳପଡ଼ା,୧୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବ୍ରିଟିଶ ଶାସନ ସମୟରେ ହୁକିଟୋଲାଠାରେ ବୃହତ୍‌ ପଣ୍ୟାଗାର, ଜମ୍ବୁ ଗ୍ରାମରେ ଲାଲ୍‌ ରଙ୍ଗର ବ୍ରିଟିଶ ଆଶ୍ରୟସ୍ଥଳ, ଜମ୍ବୁ ଲକ୍‌ଠାରେ ଜଳସେଚନ ବିଭାଗର ବଙ୍ଗଳା ନିର୍ମାଣ ହୋଇଥିଲା। ସୂକ୍ଷ୍ମ କାରିଗରି ଖୁବ୍‌ ସୁନ୍ଦର ଓ ମନଲୋଭା। ବ୍ରିଟିଶ ଶାସନ ସମୟ ଚାଲିଯାଇଛି କିନ୍ତୁ ଅନେକ ଅକୁହା କଥା ଛାଡ଼ି ଦେଇ ଯାଇଛି।
ଜମ୍ବୁ-ମାର୍ଶାଘାଇ କେନାଲ କଟକର ମହାନଦୀ ଜଗତପୁରଠାରୁ ଉତ୍ପତ୍ତି ହୋଇଛି। ଏହି କେନାଲ ଅଞ୍ଚଳ ଜମ୍ବୁ ଲକ୍‌ସ୍ଥିତ ଗୋବରୀ ନଦୀ ଚଟକା ବଙ୍ଗୋପସାଗରଠାରେ ମିଶିଛି। ବ୍ରିଟିଶ ସମୟରେ ନୌବାଣିଜ୍ୟ କାରବାର ବା ଯାତାୟାତ ପାଇଁ ଏହି କେନାଲ ଖନନ କରାଯାଇଥିଲା। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ସମୟରେ କେନାଲ ଜଳପଥରେ ପଣ୍ୟ ଦ୍ରବ୍ୟକୁ ନେଇ କଟକ ମାଲଗୋଦାମରେ ଗଚ୍ଛିତ ରଖି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଯାଉଥିଲା। ସେହିପରି ଏହି କେନାଲ ଜଳ ନିୟନ୍ତ୍ରଣ ପାଇଁ ଜଗତପୁରଠାରୁ ସାଲେପୁର, ଦାନପୁର, ବସୁପୁର, କଳପଡ଼ା, ମାର୍ଶାଘାଇ ଓ ଜମ୍ବୁଠାରେ କଟକ-ବାରବାଟୀ ଗଡ଼ ଖାଇ ବଉଳମାଳିଆ ପଥର ଖଞ୍ଜାଯାଇ ଲକ୍‌ ନିର୍ମାଣ କରାଯାଇଥିଲା। ଏହି ଜଳ ନିଷ୍କାସନ ଓ ନିୟନ୍ତ୍ରଣ ଲକ୍‌ ଲୁହାଗୁଡ଼ିକ କଳଙ୍କି ଲାଗିଲାଣି। ବିଭାଗ ପକ୍ଷରୁ ପ୍ରତିବର୍ଷ ରଙ୍ଗ ଲେପନ ପାଇଁ ଦାବି ହେଉଛି। ଅପରପକ୍ଷରେ ବ୍ରିଟିଶ ଶାସକମାନେ ଜମ୍ବୁ ଲକ୍‌ଠାରେ ଏକ ବଙ୍ଗଳା ନିର୍ମାଣ କରିଥିଲେ। ଏହି ବଙ୍ଗଳା ନିର୍ମାଣ (ଷ୍ଟର୍ମ ୱେଭ ୧୮୮୫) ଏକ ମାର୍ବଲ ଲେଖାରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ତେବେ ବଙ୍ଗଳାର ନିର୍ମାଣ ୧୩୮ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଅଦ୍ୟାବଧି ତା’ର ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ହରାଇଛି। ସ୍ବାଧୀନତା ପରେ ଏହା ଜଳସେଚନ ବିଭାଗ ଅଧୀନରେ ରହିଛି। ୧୯୭୧ ବାତ୍ୟାରେ ଏଠାରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଜୁ ପଟ୍ଟନାୟକ ଏଠାରେ ପହଞ୍ଚତ୍ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହି ବଙ୍ଗଳରେ ଖାଦ୍ୟଶସ୍ୟ ରଖାଯାଇ ବିପନ୍ନ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ଏହାର ମରାମତି ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ସାମାଜିକ କର୍ମୀ ସୁବାସ ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିବା କଥା ଏହି ବ୍ରିଟିଶ୍‌ ନିର୍ମିତ ବଙ୍ଗଳା କୀର୍ତ୍ତିରାଜି ଦିନକୁ ଦିନ ପୂର୍ବ ସୌନ୍ଦର୍ଯ୍ୟ ହରାଇଛି। ତା’ର ନିଜ ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ବ୍ରିଟିଶ୍‌ ନିର୍ମିତ ବଙ୍ଗଳା ଅଦ୍ୟାବଧି ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ବ୍ରିଟିଶ ନିର୍ମିତ ବଙ୍ଗଳାର ବିକାଶ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିଲେ ନୂତନ ବଙ୍ଗଳା ନିର୍ମାଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri