ବ୍ରିଟିଶମାନେ ଗଣିତରେ ଦୁର୍ବଳ

କଲ୍‌ଚେଷ୍ଟର(ବ୍ରିଟେନ), ୭।୧: ବ୍ରିଟିଶମାନଙ୍କଠାରେ ଗାଣିତିକ ଦକ୍ଷତାର ଅଭାବ ରହିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି। ବର୍ତ୍ତମାନର ଡେଟା ଯୁଗରେ ପ୍ରତି କାମ ପାଇଁ ପରିସଂଖ୍ୟାନର ଆବଶ୍ୟକତା ପଡ଼ୁଛି। ସେଥିପାଇଁ ଯୁବଗୋଷ୍ଠୀଙ୍କୁ ସହାୟତା ନିମନ୍ତେ ୧୮ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଇଁ ଗଣିତ ଶିକ୍ଷା ବାଧ୍ୟତାମୂଳକ କରିବାକୁ ସୁନକ ପ୍ରସ୍ତାବ ଦେଇଛନ୍ତି। ବାଧ୍ୟତାମୂଳକ ଗଣିତ ଶିକ୍ଷା ପ୍ରସ୍ତାବ ନୂଆ ନୁହେଁ। ପୂର୍ବରୁ କେତେଜଣ ମନ୍ତ୍ରୀ ଏଭଳି ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ତେବେ ବ୍ରିଟେନରେ ଗଣିତ ଦକ୍ଷତାର ଅଭାବ ଦର୍ଶାଇ ସୁନକ ଏହାକୁ ବାଧ୍ୟତାମୂଳକ ଶିକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି।
୨୦୧୭ର ସ୍ମିଥ୍‌ ରିଭ୍ୟୁ ଅନୁଯାୟୀ ଉଚ୍ଚ ଶିକ୍ଷାରେ ନନ୍‌-ଷ୍ଟେମ୍‌ ଡିଗ୍ରୀ କରୁଥିବା ମାତ୍ର ୨୦ ପ୍ରତିଶତ ପିଲା ୧୬ ବର୍ଷ ବୟସ ପରେ ଗଣିତ ଶିକ୍ଷା କରିଥାନ୍ତି। ଇଂଲଣ୍ଡ, ସ୍କଟଲାଣ୍ଡ, ଉତ୍ତର ଆୟର୍ଲାଣ୍ଡ, ଓ୍ବେଲ୍ସ ସମେତ ୬ଟି ଦେଶ ୧୬ ବର୍ଷ ବୟସ ପରେ ଗଣିତ ଶିକ୍ଷା ଆବଶ୍ୟକ କରୁ ନ ଥିବା ନୁଫିଲ୍ଡ ଫାଉଣ୍ଡେଶନ ରିପୋର୍ଟରେ କୁହାଯାଇଛି। ଫଳରେ ବ୍ରିଟେନର ପ୍ରାୟ ୫୦ପ୍ରତିଶତ ବୟସ୍କଙ୍କର ଗଣିତ ଜ୍ଞାନ ପ୍ରାଥମିକ ସ୍କୁଲ୍‌ ପିଲାଙ୍କ ସହ ସମାନ। ଗଣିତ ଦକ୍ଷତା ଅଭାବରୁ ବ୍ରିଟେନକୁ ପ୍ରତିବର୍ଷ ୨୦ ବିଲିୟନ ପାଉଣ୍ଡ ହରାଇବାକୁ ପଡ଼ୁଥିବା କୁହାଯାଇଛି। ତେବେ ସୁନକଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ବିଭିନ୍ନ ପ୍ରତିବନ୍ଧକ ରହିଛି। ପ୍ରଥମ ପ୍ରତିବନ୍ଧକ ହେଲା ଗଣିତ ଶିକ୍ଷକଙ୍କ ଅଭାବ। ଏକତୃତୀୟାଂଶ ଗଣିତ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବାର ୫ ବର୍ଷ ମଧ୍ୟରେ ଉକ୍ତ ପେସା ଛାଡ଼ିଦେଉଛନ୍ତି। ସ୍କୁଲ୍‌ଗୁଡ଼ିକ ଖର୍ଚ୍ଚକାଟ୍‌ କରୁଥିବାରୁ ଗଣିତ ଶିକ୍ଷକ ନିଯୁକ୍ତି ଦେବାରେ ପାଣ୍ଠି ମଧ୍ୟ ଏକ ସମସ୍ୟା। ୧୬ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ଗଣିତକୁ କିଭଳି ବାଧ୍ୟତାମୂଳକ ପାଠ୍ୟକ୍ରମ ଭାବେ ସାମିଲ କରାଯିବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri