ଖାଲଖମାରେ ଭର୍ତ୍ତି ମହାନଦୀ ସେତୁ

ବୌଦ୍ଧ,୨୦ା୧(ସ୍ବ.ପ୍ର.): ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା ା ବୌଦ୍ଧ ସହରର ଦ୍ରୁତ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ହେଲେ ବୌଦ୍ଧବାସୀଙ୍କ ଗର୍ବ ପାଲଟି ଥିବା ବୌଦ୍ଧ କିଆକଟା ମହାନଦୀ ସେତୁ ବର୍ତ୍ତମାନ ଛୋଟବଡ ଖାଲଖମାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ା ଏହି ସେତୁ ନିର୍ମାଣ ପରେ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ପୂର୍ବ ଓଡିଶା ମଧ୍ୟରେ ସିଧାସଳଖ ସଂପର୍କ ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ କିଲୋମିଟର ଲମ୍ବ ବିଶିଷ୍ଟ ଏହି ସେତୁ ସେତେବେଳେ ମହାନଦୀ ଉପରେ ଦ୍ୱିତୀୟ ଦୀର୍ଘତମ ସେତୁ ଭାବରେ ମାନ୍ୟତା ପାଇଥିଲା। ବର୍ତ୍ତମାନ କଟକ-ସମ୍ବଲପୁର ରାସ୍ତା ନିର୍ମାଣ କାମ ଚାଲିଥିବା ଯୋଗୁ ଏହି ସେତୁ ଦେଇ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଯାନ ଚଳାଚଳ କରୁଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଖାଲ ସୃଷ୍ଟି ହେଉଛି ା ଫଳରେ ପ୍ରତିଦିନ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଛି। ତୁରନ୍ତ ବୌଦ୍ଧ କିଆକଟା ସେତୁ ଉପରେ ବିପଦଜନକ ଭାବରେ ବାହାରି ରହିଥିବା ଛଡ ଓ ସୃଷ୍ଟି ହୋଇଥିବା ବଡ ବଡ ଖାଲର ତୁରନ୍ତ ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି।