ବରଯାତ୍ରୀ ବେଶରେ ଆସି ୨ ଲକ୍ଷ ଟଙ୍କାର ଗହଣା ଚୋରି

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜଧାନୀରେ ଲୁଟେରା ଓ ଚୋରଙ୍କ ଉତ୍ପାତ ବଢ଼ି ଚାଲିଥିବାବେଳେ ନୂଆ ନୂଆ ପନ୍ଥା ଆପଣାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି। କେତେବେଳେ ଗ୍ରାହକ ବେଶରେ ତ ଆଉ କେତେ ବେଳେ ଅତିଥି ବେଶରେ ଆସି ଲୁଟ୍‌ପାଟ କରୁଛନ୍ତି। ୨ଜଣ ଚୋର ବରଯାତ୍ରୀ ବେଶରେ ଆସି ଶହୀଦନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ୨ ଲକ୍ଷ ଟଙ୍କାର ଗହଣାଭର୍ତ୍ତି ବ୍ୟାଗ୍‌ ନେଇଯାଇଛନ୍ତି। ରବିବାର ଏହି ଘଟଣା ଘଟିଥିବାବେଳେ ସୋମବାର ବିଶ୍ୱଜିତ ମହାରଣା ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରେ ଚୋରିର ଦୃଶ୍ୟ ରହିଥିବାବେଳେ ଲୁଟେରାଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଚଳାଇଛି। ଜଣେ ଯୁବକ ଅନ୍ୟଜଣେ ନାବାଳକଙ୍କୁ ସାଙ୍ଗରେ ଧରି ଗହଣା ବ୍ୟାଗ ଚୋରି କରି ନେଉଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି। ଅଭିଯୋଗ ଆଧାରରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ଲୁଟେରାଦ୍ୱୟଙ୍କୁ ଧରିବାରେ ସଫଳ ହୋଇପାରିନାହିଁ। ତେବେ ବିଶ୍ୱଜିତ ବାରମ୍ବାର ଥାନାକୁ ଆସି ନିରାଶ ହେବାରୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିସ୍ଥଳେ ଶୁକ୍ରବାର ଚୋରି ବେଳର ଭିଡିଓ ପଦାକୁ ଆସିବା ପରେ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି।
ସୂଚନା ଅନୁଯାୟୀ, ଭଉଣୀ ବାହାଘର ପାଇଁ ବିଶ୍ୱଜିତ୍‌ କେସୁରାସ୍ଥିତ ପଲ୍ଲବୀ ମଣ୍ଡପକୁ ଗତ ରବିବାର ପାଇଁ ବୁକ୍‌ କରିଥିଲେ। ସନ୍ଧ୍ୟାରେ ସେଠାରେ ବିବାହ ଚାଲିଥିବାବେଳେ ଅତିଥିଙ୍କ ଗହଳି ହୋଇଥିଲା। ଭିଡର ସୁଯୋଗ ନେଇ ଜଣେ ଯୁବକ ଅନ୍ୟଜଣେ ନାବାଳକଙ୍କୁ ସାଙ୍ଗରେ ଧରି ଚୋରି କରିବା ପାଇଁ ମଣ୍ଡପକୁ ବରଯାତ୍ରୀ ବେଶରେ ଆସିଥିଲେ। କେଉଁ ଅତିଥିମାନେ କିଭଳି ଗିଫ୍ଟ ଆଣିଛନ୍ତି ତାହା ମଧ୍ୟ ଲୁଟେରାଦ୍ୱୟ ସେଠାରେ ରହି ନଜର ରଖିଥିଲେ। ନାବାଳକ ଜଣକ ଗିଫ୍ଟ ରହୁଥିବା ସ୍ଥାନ ନିକଟରେ ରହିବା ସହ ଘର ବାହାରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ସୂଚନା ଦେଉଥିଲେ। ସୁଯୋଗ ମିଳିବା ପରେ ନାବାଳକ ଜଣକ ବିଶ୍ୱଜିତଙ୍କ ପରିବାର ଲୋକେ ରଖିଥିବା ଏକ ଗହଣା ଭର୍ତ୍ତି ବ୍ୟାଗ୍‌କୁ ନେଇ ଯୁବକଙ୍କ ସହ ଚମ୍ପଟ ମାରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri