Categories: ଫୁରସତ

ଲୁହ ଭର୍ତ୍ତି ଆଖି, ହାତରେ ବାପାଙ୍କ ଫଟୋ ଧରି ମଣ୍ଡପକୁ ଆସିଲେ ବଧୂ: ଭିଡିଓ ଦେଖିଲେ…

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ସ୍ବତନ୍ତ୍ର ଦିନରୁ ଗୋଟିଏ ହୋଇଥାଏ। ବରବଧୂ ବିବାହ ଦିନ ପରିବାର ତଥା ବନ୍ଧୁଙ୍କ ଗହଣରେ ହାତକୁ ଦୁଇହାତ ହେବାକୁ ଚାହିଁଥାନ୍ତି। ଏମିତିରେ କେହି ଜଣେ ନ ଥିଲେ ତାଙ୍କ ଅନୁପସ୍ଥିତି ଦୁଃଖ ଦିଏ। ଏମିତି ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ଜଣେ ବଧୂ ହାତରେ ସ୍ବର୍ଗତ ପିତାଙ୍କ ଫଟୋ ଧରି ମଣ୍ଡପକୁ ଆସୁଥିବା ଦେଖାଯାଇଛି। ବଧୂ ସହ ତାଙ୍କର ଜେଜେବାପା ରହିଛନ୍ତି। ବିବାହ ଦିନ ଆଖିରେ ଲୁହ ଏବଂ ବାପାଙ୍କ ସ୍ମୃତି ନେଇ ବଧୂ ମଣ୍ଡପକୁ ଆସିବାର ଦୃଶ୍ୟ ଅନେକଙ୍କୁ ଭାବବିହ୍ବଳ କରୁଛି।

ଭିଡିଓଟିକୁ ଇନଷ୍ଟାଗ୍ରାମରେ priyankabhati169 ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ସେ ତାଙ୍କ ବାପାଙ୍କୁ କ୍ୟାନ୍‌ସରରେ ହରାଇଛନ୍ତି। ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ହୋଇଥିବା ପ୍ରିୟଙ୍କା କହିଛନ୍ତି। ସେବେଠାରୁ ପ୍ରିୟଙ୍କାଙ୍କୁ ତାଙ୍କୁ ଜେଜେବାପା ଯତ୍ନ ନେଉଥିଲେ। ବିବାହ ଦିନ ମଧ୍ୟ ସେ ବାପାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥିଲେ।

ପ୍ରିୟଙ୍କାଙ୍କ ଭିଡିଓ ଦେଖି ବ୍ୟବହାରକାରୀମାନେ ପ୍ରତିକ୍ରିୟା ରଖୁଛନ୍ତି। ପ୍ରତ୍ୟେକ ବାପା ତାଙ୍କ ଝିଅ ପାଇଁ ସୁପରହିରୋ ହୋଇଥାନ୍ତି। ତାଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ ବୋଲି ଅନେକ କହୁଛନ୍ତି।

Share