Categories: ଫୁରସତ

ବରଙ୍କୁ ଭେଟିବା ପାଇଁ ଏକୁଟିଆ ଅଟୋରେ ଚାଲିଗଲେ କନ୍ୟା, ଭିଡିଓ ଦେଖିଲେ…

ସମୟ ଥିଲା ସ୍ବପ୍ନର ରାଜକୁମାରଙ୍କୁ ଦେଖିବାକୁ ବା ତାଙ୍କ ବିଷୟରେ ଜାଣିବାକୁ କନ୍ୟାଙ୍କୁ ଲାଜ ଲାଗୁଥିଲା। ମାତ୍ର ସମୟ ବଦଳୁଛି, ତେଣୁ କନ୍ୟା ସାଜୁଥିବା ଯୁବତୀମାନଙ୍କର ରୁଚି ମଧ୍ୟ ଧିରେ ଧିରେ ବଦଳିବାରେ ଲାଗିଛି।  ଏବେ ଝିଅ ନିଜେ କନ୍ୟା ବେଶରେ ସଜେଇ ହୋଇ ବରଙ୍କୁ ଦେଖା କରିବା ପାଇଁ ଚାଲିଯାଉଛନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ବିବାହ ମଣ୍ଡପରେ ପରିବାର ଲୋକଙ୍କୁ ଛାଡ଼ି ବରଙ୍କୁ ଏକୁଟିଆ ଭେଟିବା ପାଇଁ ଚାଲି ଯାଇଥିଲେ କନ୍ୟା।

the.bride.magazine ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓରେ କନ୍ୟା ବେଶରେ ଠିଆ ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବାକୁ ମିଳଛି। ସେ ହାତ ଦେଖାଇ ଏକ ଅଟୋକୁ ଅଟକାଇ ସେଥିରେ ବସି ଚାଲିଯାଉଛନ୍ତି। କନ୍ୟା ଜଣଙ୍କ ବରଙ୍କୁ ଭେଟିବାକୁ ଏତେ ବ୍ୟଗ୍ର ଥିଲେ ଯେ, ସେ ପରିବାର ଲୋକଙ୍କୁ ଛାଡ଼ି ଅଟୋ କରି ଚାଲିଯାଇଥିଲେ।

ୟୁଜରମାନେ ଏହି ଭିଡିଓ ଦେଖିବା ପରେ ନାନା କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବିବାହ ପ୍ରସ୍ତୁତିକୁ ସେ ଆଉ ଅପେକ୍ଷା କରି ପାରି ନ ଥିଲେ। ସେହିପରି ଅନ୍ୟ ଜଣେ କହିଛନ୍ତି, କନ୍ୟାଙ୍କ ଶୈଳୀ ଅନନ୍ୟ। ଆଉ ଜଣେ ୟୁଜର କହିଛନ୍ତି, ସମୟ ବଦଳିଲାଣି। ଆଉ ଓଢ଼ଣା ନାହିଁ କି ଲାଜ ନାହିଁ।

Share