Categories: ଜାତୀୟ

ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍‌ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…

ଲକ୍ଷ୍ନୌ,୯ା୬: ବିଭିନ୍ନ କାରଣରୁ ବରଙ୍କୁ କନ୍ୟା ବାହା ହେବାକୁ ମନା କରିଦେଇଥିବା ଘଟଣା ପୂର୍ବରୁ ଅନେକ ଥର ଶୁଣିଥିବେ। ମାତ୍ର ଏଥରକ କନ୍ୟା ବରକୁ ବାହା ହେବା ପାଇଁ ମନା କରିବା ଟିକେ ନିଆରା କାରଣ ରହିଛି। ଉତ୍ତରପ୍ରଦେଶର ବାଲିଆ ଜିଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖରେ ଖେଜୁରୀ ଗାଁର ଯୁବକଙ୍କର ମିଶ୍ରାଓଲି ଗାଁର ଜଣେ ଯୁବତୀଙ୍କ ସହ ବିବାହ ହେବାର ଥିଲା। ତେଣୁ ବରଯାତ୍ରୀଙ୍କ ସହ ବର ଆସି ପହଞ୍ଚିଥିଲେ କନ୍ୟା ଘରେ। ଏହି ସମୟରେ ବର ଗୁଟ୍‌ଖା ଖାଉଥିବା କନ୍ୟା ଦେଖି ନେଇଥିଲେ। ଏହା ପରେ ସେ ବାହା ହେବାକୁ ସିଧା ସିଧା ମନା କରିଦେଇଥିଲେ। ଯିଏ ଯେତେ ବୁଝାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଶେଷରେ ଶିଶୁପାଳ ହୋଇ ଫେରି ଯାଇଥିଲେ ବର। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Share