ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଆଶଙ୍କା ନେଇ ସର୍ବଦା ଭୟରେ ରହୁଥିଲେ ସହରବାସୀ। ହେଲେ ଏବେ ସହରର ବିଭିନ୍ନ ସଡ଼କକୁ ଅସୁରକ୍ଷିତ ମଣିଲେଣି ଏଠାକାର ଲୋକେ। କାରଣ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକକୁ ଯୋଡ଼ୁଥିବା ଟାଉନ ଅଞ୍ଚଳର ରାସ୍ତାଗୁଡ଼ିକରେ କାର୍‌ ଓ ବାଇକ୍‌ ଆଦି ହାଲୁକା ଯାନ ଅତି କ୍ଷିପ୍ରଗତିରେ ଯାତାୟାତ କରୁଛି। ଫଳରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏସବୁ ରାସ୍ତାରେ ଗାଡ଼ିର ବେଗ ସୀମା ନିର୍ଦ୍ଧାରଣ କରିବାକୁ ପୋଲିସ କି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅନୁଗୋଳ ସହରସ୍ଥିତ ଥାନା ଛକଠାରୁ ଶିଶୁ ଉଦ୍ୟାନ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚାଳନା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଶୈଳଶ୍ରୀକ୍ଷେତ୍ରରୁ ବିଇଡି କଲେଜ ରାସ୍ତାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଶିମିଳିପଡ଼ାରୁ ହେମସୁରପଡ଼ା ଦେଇ ଯାଇଥିବା ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଥିବା ଦୃଶ୍ୟମାନ ହେଉଛି। ପିଟିସି ଛକଠାରୁ ପଞ୍ଚମହଲା ଛକ ମଧ୍ୟରେ ଜିଲା କୋଟ, ସଭାଘର, ଅନୁଗୋଳ ହାଇସ୍କୁଲ, ଚର୍ଚ୍ଚ, ମସଜିଦ୍‌, ବିଭିନ୍ନ ବ୍ୟାଙ୍କ, ଅନୁଗୋଳ ମହିଳା ମହାବିଦ୍ୟାଳୟ ସମେତ ମାର୍କେଟ୍‌ କମ୍ପ୍ଲେକ୍ସ ଆଦି ରହିଛି। ଏଥିସହ ଜିଲା କାର୍ଯ୍ୟାଳୟ, ଅବକାରୀ କାର୍ଯ୍ୟାଳୟ, ସମବାୟ ସମିତି, ବସ୍‌ଷ୍ଟାଣ୍ଡ, ଜେଲ୍‌ ଏବଂ ବଜାର ଯିବା ପାଇଁ ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରୁଛନ୍ତି। ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିଲେ ମଧ୍ୟ ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଗାଡ଼ିଗୁଡ଼ିକର ଗତିକୁ ନିୟନ୍ତ୍ରଣ କରିବା ପାଇଁ ଥାନା ଛକଠାରୁ ପିଟିସି ଛକ ପର୍ଯ୍ୟନ୍ତ ଜିରୋ ଟଲରେନ୍ସ ଜୋନ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ତାହା କେବଳ ଘୋଷଣାରେ ସୀମିତ ରହିଛି। ଏହି ଅଞ୍ଚଳରେ ଯାନବାହାନଗୁଡିକର ବେଗ ନିର୍ଦ୍ଧାରଣ କରାଯିବାକୁ ଇଣ୍ଟରସେପ୍ଟେର୍‌ ଥିଲେ ମଧ୍ୟ ତାହାକୁ ବ୍ୟବହାର କରାଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ରାସ୍ତାରେ ବିଭିନ୍ନ ସାଂକେତିକ ଚିହ୍ନ ଦିଆଯାଉ ନ ଥିବାବେଳେ ସହରରେ ନୋ-ହର୍ନ ଜୋନ୍‌ ମଧ୍ୟ ନାହିଁ। କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ବିଚାର ସମ୍ବନ୍ଧୀୟ କାର୍ଯ୍ୟ ହେଉଥିବା ବେଳେ ଅନୁଗୋଳ ହାଇସ୍କୁଲ ଏବଂ ମହିଳା ମହାବିଦ୍ୟାଳୟରେ ଶିକ୍ଷାଦାନ ହେଉଛି। ଚର୍ଚ୍ଚ, ମସଜିଦ୍‌ରେ ଧାର୍ମିକ କାର୍ଯ୍ୟ ସମ୍ପାଦନ କରାଯାଉଛି। କିନ୍ତୁ ଏହି ରାସ୍ତା ଦେଇ ଯାଉଥିବା ଗାଡିଗୁଡ଼ିକ ଯେଭଳି ଉଚ୍ଚଶବ୍ଦ ସୃଷ୍ଟିକାରୀ ହର୍ନ ବଜାଉଛନ୍ତି, ତାହା ବହୁ ସମସ୍ୟା ସୃଷ୍ଟି କରୁଛି। ତେଣୁ ଜିଲା କୋର୍ଟଠାରୁ ହରିମହୁରି ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ହର୍ନ ଜୋନ୍‌ ଘୋଷଣା କରିବାକୁ ଦାବି ହେଉଛି। ସେହିପରି ଜାତୀୟ ରାଜପଥରେ ରୋଡ୍‌ ଡିଭାଇଡର୍‌ ବ୍ୟବସ୍ଥା ସହ ଓ୍ବାନ୍‌ ଓ୍ବେ ବ୍ୟବସ୍ଥା ଲାଗୁ କରାଗଲେ ଦୁର୍ଘଟଣା ରୋକାଯାଇପାରିବ ବୋଲି ସହରବାସୀ ମତ ଦେଉଛନ୍ତି। ରାଜପଥର ପିଟିସି ଛକ, ଥାନା ଛକ, ହରିମହୁରୀ ଛକ ଏବଂ ହୁଲୁରୁସିଂହା ଛକଠାରେ ଟ୍ରାଫିକ୍‌ ପୋଷ୍ଟ ଥିବାବେଳେ ଅନୁଗୋଳ ହାଇସ୍କୁଲ ଛକଠାରେ ଏକ ଟ୍ରାଫିକ୍‌ ପୋଷ୍ଟର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକରୀ କହିଛନ୍ତି, ଦ୍ରୁତଗତିରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ଧରାଯାଇ ବିଭିନ୍ନ ସମୟରେ ଜରିମାନା ଆଦାୟ କରାଯାଉଛି। କିନ୍ତୁ କେତୋଟି ସ୍ଥାନରେ ଏଭଳି ଗାଡ଼ିଗୁଡ଼ିକୁ ଅଟକାଇବା ସମ୍ଭବ ହେଉନାହିଁ। ତଥାପି ସହର ମଧ୍ୟରେ ଦ୍ରୁତ ଗତିରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିବା ଦିଗରେ ଜୋରଦାର ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri