ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଆଶଙ୍କା ନେଇ ସର୍ବଦା ଭୟରେ ରହୁଥିଲେ ସହରବାସୀ। ହେଲେ ଏବେ ସହରର ବିଭିନ୍ନ ସଡ଼କକୁ ଅସୁରକ୍ଷିତ ମଣିଲେଣି ଏଠାକାର ଲୋକେ। କାରଣ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକକୁ ଯୋଡ଼ୁଥିବା ଟାଉନ ଅଞ୍ଚଳର ରାସ୍ତାଗୁଡ଼ିକରେ କାର୍‌ ଓ ବାଇକ୍‌ ଆଦି ହାଲୁକା ଯାନ ଅତି କ୍ଷିପ୍ରଗତିରେ ଯାତାୟାତ କରୁଛି। ଫଳରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏସବୁ ରାସ୍ତାରେ ଗାଡ଼ିର ବେଗ ସୀମା ନିର୍ଦ୍ଧାରଣ କରିବାକୁ ପୋଲିସ କି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅନୁଗୋଳ ସହରସ୍ଥିତ ଥାନା ଛକଠାରୁ ଶିଶୁ ଉଦ୍ୟାନ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚାଳନା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଶୈଳଶ୍ରୀକ୍ଷେତ୍ରରୁ ବିଇଡି କଲେଜ ରାସ୍ତାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଶିମିଳିପଡ଼ାରୁ ହେମସୁରପଡ଼ା ଦେଇ ଯାଇଥିବା ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଥିବା ଦୃଶ୍ୟମାନ ହେଉଛି। ପିଟିସି ଛକଠାରୁ ପଞ୍ଚମହଲା ଛକ ମଧ୍ୟରେ ଜିଲା କୋଟ, ସଭାଘର, ଅନୁଗୋଳ ହାଇସ୍କୁଲ, ଚର୍ଚ୍ଚ, ମସଜିଦ୍‌, ବିଭିନ୍ନ ବ୍ୟାଙ୍କ, ଅନୁଗୋଳ ମହିଳା ମହାବିଦ୍ୟାଳୟ ସମେତ ମାର୍କେଟ୍‌ କମ୍ପ୍ଲେକ୍ସ ଆଦି ରହିଛି। ଏଥିସହ ଜିଲା କାର୍ଯ୍ୟାଳୟ, ଅବକାରୀ କାର୍ଯ୍ୟାଳୟ, ସମବାୟ ସମିତି, ବସ୍‌ଷ୍ଟାଣ୍ଡ, ଜେଲ୍‌ ଏବଂ ବଜାର ଯିବା ପାଇଁ ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରୁଛନ୍ତି। ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିଲେ ମଧ୍ୟ ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଗାଡ଼ିଗୁଡ଼ିକର ଗତିକୁ ନିୟନ୍ତ୍ରଣ କରିବା ପାଇଁ ଥାନା ଛକଠାରୁ ପିଟିସି ଛକ ପର୍ଯ୍ୟନ୍ତ ଜିରୋ ଟଲରେନ୍ସ ଜୋନ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ତାହା କେବଳ ଘୋଷଣାରେ ସୀମିତ ରହିଛି। ଏହି ଅଞ୍ଚଳରେ ଯାନବାହାନଗୁଡିକର ବେଗ ନିର୍ଦ୍ଧାରଣ କରାଯିବାକୁ ଇଣ୍ଟରସେପ୍ଟେର୍‌ ଥିଲେ ମଧ୍ୟ ତାହାକୁ ବ୍ୟବହାର କରାଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ରାସ୍ତାରେ ବିଭିନ୍ନ ସାଂକେତିକ ଚିହ୍ନ ଦିଆଯାଉ ନ ଥିବାବେଳେ ସହରରେ ନୋ-ହର୍ନ ଜୋନ୍‌ ମଧ୍ୟ ନାହିଁ। କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ବିଚାର ସମ୍ବନ୍ଧୀୟ କାର୍ଯ୍ୟ ହେଉଥିବା ବେଳେ ଅନୁଗୋଳ ହାଇସ୍କୁଲ ଏବଂ ମହିଳା ମହାବିଦ୍ୟାଳୟରେ ଶିକ୍ଷାଦାନ ହେଉଛି। ଚର୍ଚ୍ଚ, ମସଜିଦ୍‌ରେ ଧାର୍ମିକ କାର୍ଯ୍ୟ ସମ୍ପାଦନ କରାଯାଉଛି। କିନ୍ତୁ ଏହି ରାସ୍ତା ଦେଇ ଯାଉଥିବା ଗାଡିଗୁଡ଼ିକ ଯେଭଳି ଉଚ୍ଚଶବ୍ଦ ସୃଷ୍ଟିକାରୀ ହର୍ନ ବଜାଉଛନ୍ତି, ତାହା ବହୁ ସମସ୍ୟା ସୃଷ୍ଟି କରୁଛି। ତେଣୁ ଜିଲା କୋର୍ଟଠାରୁ ହରିମହୁରି ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ହର୍ନ ଜୋନ୍‌ ଘୋଷଣା କରିବାକୁ ଦାବି ହେଉଛି। ସେହିପରି ଜାତୀୟ ରାଜପଥରେ ରୋଡ୍‌ ଡିଭାଇଡର୍‌ ବ୍ୟବସ୍ଥା ସହ ଓ୍ବାନ୍‌ ଓ୍ବେ ବ୍ୟବସ୍ଥା ଲାଗୁ କରାଗଲେ ଦୁର୍ଘଟଣା ରୋକାଯାଇପାରିବ ବୋଲି ସହରବାସୀ ମତ ଦେଉଛନ୍ତି। ରାଜପଥର ପିଟିସି ଛକ, ଥାନା ଛକ, ହରିମହୁରୀ ଛକ ଏବଂ ହୁଲୁରୁସିଂହା ଛକଠାରେ ଟ୍ରାଫିକ୍‌ ପୋଷ୍ଟ ଥିବାବେଳେ ଅନୁଗୋଳ ହାଇସ୍କୁଲ ଛକଠାରେ ଏକ ଟ୍ରାଫିକ୍‌ ପୋଷ୍ଟର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକରୀ କହିଛନ୍ତି, ଦ୍ରୁତଗତିରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ଧରାଯାଇ ବିଭିନ୍ନ ସମୟରେ ଜରିମାନା ଆଦାୟ କରାଯାଉଛି। କିନ୍ତୁ କେତୋଟି ସ୍ଥାନରେ ଏଭଳି ଗାଡ଼ିଗୁଡ଼ିକୁ ଅଟକାଇବା ସମ୍ଭବ ହେଉନାହିଁ। ତଥାପି ସହର ମଧ୍ୟରେ ଦ୍ରୁତ ଗତିରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିବା ଦିଗରେ ଜୋରଦାର ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri