Categories: ଜାତୀୟ

ଗର୍ଭବତୀ ପ୍ରେମିକାଙ୍କୁ ବିବାହ କରିବାକୁ ମନା କଲେ ପ୍ରେମିକ, ଆଉ ତା’ ପରେ…

ପାଟଣା,୧୬ା୮: ବିହାରର ଗୟାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକା ଗର୍ଭବତୀ ହେବା ପରେ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିଲେ। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ପୋଲିସ ପ୍ରେମିକ ପ୍ରବରଙ୍କୁ ଖୋଜି ବାହାର କରି ପ୍ରେମିକା ସହ ବିବାହ କରାଇଦେଇଛି।

ଗୟାର ମହିଳା ଥାନାରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଉତ୍ସବ ଚାଲିଥିଲା। ଏହି ସମୟରେ ପୀଡ଼ିତା ଜଣକ ଥାନା ମଧ୍ୟକୁ ଆସି ତାଙ୍କ କାହାଣୀ ଶୁଣାଇଥିଲେ। ମହିଳା ଥାନାଧିକାରୀ ରବିରଞ୍ଜନା କହିଛନ୍ତି, ଶିବାନୀ ନାମକ ଜଣେ ଯୁବତୀ ନୀତିଶ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ନୀତିଶ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ଶିବାନୀ ଗର୍ଭବତୀ ଥିବା ଜାଣି ନୀତିଶ କେଉଁଆଡ଼େ ଫେରାର ହୋଇଯାଇଥିଲେ।

ଥାନାରେ ଅଭିଯୋଗ କରିବା ପରେ ପୋଲିସ ନୀତିଶଙ୍କୁ ଖୋଜି ଥାନାକୁ ଆଣିଥିଲା। ପଚରାଉଚରା କରିବା ପରେ ନୀତିଶ ଶିବାନୀଙ୍କୁ ଭଲ ପାଉଥିବା ଏବଂ ଗର୍ଭବତୀ କରାଇଥିବା ସ୍ବୀକାର କରିଥିଲା। ଏହା ପରେ ପୋଲିସ ଦୁହିଁଙ୍କ ବିବାହ ଥାନା ପରିସରରେ ସମ୍ପନ୍ନ କରିଛି।

Share