ସୁସ୍ମିତାଙ୍କ ଫଟୋ ଦେଖି ଏମିତି କମେଣ୍ଟ୍‌ ଦେଲେ ପ୍ରେମିକ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି। ଯେବେଠୁ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ସୁସ୍ମିତା ସରଦିନିଆରେ ଛୁଟି କାଟି ଫେରିଛନ୍ତି। ଏହାର କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଏହି ଫଟୋରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋଗୁଡ଼ିକ ତାଙ୍କ ପ୍ରେମିକ ଲଲିତ ମୋଦି ନିଜକୁ ଅଟକାଇ ନ ପାରି କମେଣ୍ଟରେ ଲେଖିଛନ୍ତି ‘ହଟ୍‌’।
ରୋହମନ ଶଲଙ୍କ ସହ ବ୍ରେକଅପ ପରେ ଏବେ ଆଇପିଏଲ୍‌ର ଜନକ କୁହାଯାଉଥିବା ଥିବା ଲଳିତ ମୋଦିଙ୍କ ପ୍ରେମରେ ପଡିଛନ୍ତି ସୁସ୍ମିତା। ଲଳିତ ସୁସ୍ମିତାଙ୍କ ସହ ଫଟୋ ଶେୟାର କରି ତାଙ୍କ ନିଜର ‘ବେଟର୍‌ ହାଫ୍‌’ ବୋଲି ଲେଖିଥିଲେ।

 

Share