୫୦ଲକ୍ଷ ଟଙ୍କା ଜୁଆ ଖେଳିଛନ୍ତି ପ୍ରେମିକ

ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରେମିକ ବିକାଶ କୁମାରଙ୍କୁ ପୋଲିସ ଗିରଫ କରିଛି। ତମାଣ୍ଡୋ ଥାନା ପୋଲିସ ବିକାଶଙ୍କୁ ସୋମବାର ଝାଡ଼ଖଣ୍ଡ ହଜାରିବାଗରୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବା ପାଇଁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ଅନୁମତି ମିଳିବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ବିକାଶଙ୍କୁ ଧରି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଜେଲ ହାଜତକୁ ପଠାଇଦିଆଯାଇଛି। ବିକାଶଙ୍କୁ ପୋଲିସ ପଚରାଉଚୁରା ସମୟରେ ସେ ପ୍ରେମିକାଙ୍କଠାରୁ ଟଙ୍କା ନେଇ ଅନ୍‌ଲାଇନରେ ଜୁଆ ଏବଂ ଶେୟାର ମାର୍କେଟରେ ବିନିଯୋଗ କରିଥିବା ସ୍ବୀକାର କରିଥିଲେ। ଏପରି କି ପ୍ରାୟ ୫୦ଲକ୍ଷ ଟଙ୍କା ଜୁଆରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି। ତେବେ କଥାବାର୍ତ୍ତାରେ ତାଳମେଳ ରହୁ ନ ଥିବା କାରଣରୁ କିଛି କଥା ଲୁଚାଉଥିବା ପୋଲିସ ସନ୍ଦେହ କରୁଛି। ଏତେ ଟଙ୍କା କେଉଁଠି ବିକାଶ ବିନିଯୋଗ କରିଛନ୍ତି, ତା’ର ତଥ୍ୟ ପାଇବା ପାଇଁ ଉଭୟ ବିକାଶ ଏବଂ ପୂର୍ବରୁ ଗିରଫ ହୋଇଥିବା ତାଙ୍କ ପ୍ରେମିକା ପାୟଲ ମହାପାତ୍ରଙ୍କୁ ୫ଦିନ ରିମାଣ୍ଡରେ ଆଣିବାକୁ ମଙ୍ଗଳବାର ଆବେଦନ କରିବ ବୋଲି ପୋଲିସ କହିଛି। ସୂଚନା ଅନୁଯାୟୀ, ସିଭି ରମଣ ବିଶ୍ୱବିଦ୍ୟାଳୟରେ ୨୦୧୭ ଫେବୃୟାରୀରୁ ପାୟଲ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟରୁ ୨୦୧୯ରେ ପାସ୍‌ ଆଉଟ୍‌ ଛାତ୍ର ବିକାଶ କୁମାରଙ୍କ ସହ ପାୟଲଙ୍କ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ପାୟଲଙ୍କୁ ପ୍ରେମ ଜାଲରେ ବିକାଶ ଫସାଇଥିଲେ। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ପାଠପଢ଼ା ସରିବା ପରେ ବିକାଶ ଝାଡ଼ଖଣ୍ଡ ଚାଲିଯାଇଥିଲେ ମଧ୍ୟ ପାୟଲଙ୍କ ସହ ସବୁବେଳେ ଯୋଗାଯୋଗରେ ରହୁଥିଲେ। ମା’ବାପାଙ୍କ ଦେହ ଖରାପ କହି ବିକାଶ ପ୍ରେମିକା ପାୟଲଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ। ପାୟଲ ବିଶ୍ୱବିଦ୍ୟାଳୟର ଟଙ୍କା କାରବାର ଦାୟିତ୍ୱରେ ଥିବାରୁ ତାହାକୁ ହଡ଼ପ କରି ବିକାଶଙ୍କୁ ଟଙ୍କା ଦେବାକୁ ଚିନ୍ତା କରିଥିଲେ। ଫଳରେ ଆଡମିଶନ ଓ ଟ୍ୟୁଶନ ଫି’ ବାବଦକୁ ପିଲା ଦେଉଥିବା ଟଙ୍କାକୁ ଉକ୍ତ ଆକାଉଣ୍ଟରେ ନ ରଖି ନିଜ ନାମରେ ଥିବା ମହୁରା ଶାଖାସ୍ଥିତ ୟୁନିୟନ ବ୍ୟାଙ୍କ ଏବଂ ବାଦାମବାଡ଼ିସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଶାଖା ଆକାଉଣ୍ଟରେ ଜମା କରୁଥିଲେ। ପରେ ଉକ୍ତ ଟଙ୍କାକୁ ଫୋନ୍‌ ପେ’ ଓ ଇ-ଟ୍ରାଞ୍ଜାକ୍ସନ ମାଧ୍ୟମରେ ପ୍ରେମିକ ବିକାଶଙ୍କ ପାଖକୁ ପଠାଉଥିଲେ। ଅଭିଯୋଗର ୭ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍‌ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏହାପରେ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚୁରା କରିବାରୁ ପାୟଲ ଟଙ୍କା ନେଇଥିବା ମାନିଥିଲେ। ଏନେଇ ବିଶ୍ୱବିଦ୍ୟାଳୟର ଜେନେରାଲ ମ୍ୟାନେଜର (ଆକାଉଣ୍ଟ୍‌ସ) ଫିରୋଦ କୁମାର ଶତପଥୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଗତ ୨୯ତାରିଖରେ ପାୟଲଙ୍କୁ ତାଙ୍କ ଅଫିସରୁ ଗିରଫ କରିଥିଲା। ପୋଲିସ ପଚରାଉଚୁରାବେଳେ ସେ ବର୍ଷକ ଭିତରେ ଫି’ ବାବଦରେ ଆଦାୟ ହୋଇଥିବା ୯୭ଲକ୍ଷ ଟଙ୍କାକୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟରେ ଡିପୋଜିଟ ନ କରି ବିକାଶଙ୍କ ପାଖକୁ ପଠାଇଥିବା କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri