Categories: ଫୁରସତ

ପ୍ରେମିକାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ହୀରା ମୁଦି ଆଣିଥିଲେ ପ୍ରେମିକ, ତଥାପି ଗାଳି କରି ମୁହଁ ଫେରାଇ ଚାଲିଗଲେ

ବ୍ରିଟେନରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବାକୁ ୧୪୦୦୦ ପାଉଣ୍ଡ ଅର୍ଥାତ୍‌ ୧୫ ଲକ୍ଷ ଟଙ୍କାର ଏକ ହୀରା ମୁଦି ଆଣିଥିଲେ। ମାତ୍ର ପ୍ରେମିକାଙ୍କୁ ଯେତେବେଳେ ସତ କଥା ଜଣାପଡ଼ିଲା ସେ ରାଗି କି ମୁହଁ ଫେରାଇ ଚାଲିଗଲେ। ଏ ସମ୍ପର୍କରେ ପ୍ରେମିକ ଜଣକ ସୋସିଆଲ ମିଡିଆରେ ଜଣାଇଛନ୍ତି।

ପ୍ରେମିକ ଜଣକ କହିଛନ୍ତି, ମୋର ଭୁଲ ଥିଲା କି ମୁଁ ପ୍ରେମିକାଙ୍କୁ ୧୫ ଲକ୍ଷ ଟଙ୍କାର ହୀରା ମୁଦି ଗିଫ୍ଟ କରିବା। ସେ ଆହୁରି ଲେଖିଛନ୍ତି, ମୁଁ ମୋ ପ୍ରେମିକାଙ୍କୁ ପ୍ରପୋଜ କରିବା ପାଇଁ ହୀରା ମୁଦି ଆଣିଥିଲି। ଯାହା ପ୍ରକୃତ ହୀରା ନ ଥିଲା। ଏହା ଲ୍ୟାବ୍‌ରେ ତିଆରି କରାଯାଇଥିଲା। ପ୍ରଥମେ ମୋ ପ୍ରେମିକା ଏହା ଶୁଣି କହିଥିଲେ କି କାହିଁକି ଏତେ ଟଙ୍କା ଖର୍ଚ୍ଚ କଲ। ଏତେ ଟଙ୍କା ଦେଇ ମୁଁ ୩.୬ କ୍ୟାରେଟ୍‌ର ଏତେବଡ଼ ହୀରାମୁଦି କେମିତି କିଣିଲି ସେ ମୋତେ ପଚାରିଥିଲେ।

ଯୁବକ ଜଣକ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ମୋ ପ୍ରେମିକା ମୋତେ ହୀରାମୁଦିର ରସିଦ୍‌ ଦେଖିବାକୁ ଚାହିଁଲେ। ଯାହା ମୋତେ ମିଳିଥିଲା। ଏହା ଦେଖିବା ପରେ ସେ ମୋତେ ଅନେକ ପ୍ରଶ୍ନ କଲେ। ଶେଷରେ ମୁଁ କହିଥିଲି ଏହା ପ୍ରକୃତ ହୀରା ନୁହେଁ। ମୁଁ ଏହାକୁ ଲ୍ୟାବ୍‌ରେ ତିଆରି କରିଛି। ଏକଥା ବି ମୁଁ ଜାଣିଛି ଏହି ହୀରା ନକଲି ନୁହେଁ। ଏହା ଶୁଣି ରାଗି ଯାଇଥିଲେ ପ୍ରେମିକା। ସେ ମୋ’ଠାରୁ ଏହି ମୁଦି ନ ପିନ୍ଧି ମୋତେ ଅପମାନିତ କରି ତାଙ୍କ ମାତାପିତାଙ୍କ ନିକଟକୁ ଚାଲିଯାଇଥିଲେ। ଯୁବକଙ୍କ ଏପରି ପୋଷ୍ଟ ଦେଖି ଅନେକ ସେହି ଝିଅକୁ ଭୁଲିଯିବାକୁ ପରାମର୍ଶ ଦେଇଛନ୍ତି। ଅନେକ ୟୁଜର କହିଛନ୍ତି, ଏପରି ଯୁବତୀଙ୍କଠାରୁ ଦୂରେଇ ଯିବା ଭଲ।

Share