ଗାଡ଼ି ଚଲାଉଥିଲେ ପୁଅ: ତଣ୍ଡ ଗଣିଲେ ବାପା

ସମ୍ବଲପୁର,୨୮। ୩(ବ୍ୟୁରୋ): ରାଜ୍ୟ ସରକାର ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ନେଇ ସମ୍ବଲପୁର ଜିଲା ହୀରାକୁଦ ଥାନା ହୀରାକୁଦ-ରେମେଡ ରାସ୍ତା ଓ ଧନୁପାଲି ଥାନା ସରଲାକାନିରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ ହୋଇଛିା। ଏହି ସମୟରେ ୨ ନାବାଳକ ଧରାପଡିଛନ୍ତି । ତେବେ ମଙ୍ଗଳବାରଠୁ ଚେକିଂ ଜୋରଦାର କରାଯାଉଥିବାବେଳେ ଜଣଙ୍କ ପିଛା ୨୫ ହଜାର ଟଙ୍କା ଲେଖାଏ ପରିବହନ ବିଭାଗ ଜରିମାନା ଆଦାୟ କରୁଛି ।
ନାବାଳକଙ୍କୁ ଗାଡ଼ି ଚଲାଇବାକୁ ଦେବା ଅଭିଯୋଗରେ ସେମାନଙ୍କ ବାପାଙ୍କଠାରୁ ଜରିମାନା ଆଦାୟ କରାଯାଇଛି।