ମୁହଁ ଖୋଲି କହି ନ ପାରିଲେ ବି ଝିଅଙ୍କ ଏହି ଜିନିଷକୁ ବହୁତ ପସନ୍ଦ କରନ୍ତି ପୁଅ

ପୁରୁଷମାନେ ମନଖୋଲି ସବୁକଥା କୁହନ୍ତି ନାହିଁ। ମାତ୍ର ମହିଳାମାନେ ସେମାନଙ୍କ କଥା ସହଜରେ କହି ଦେଇଥାନ୍ତି। ସେମାନେ ସହଜରେ କୁହନ୍ତି ଯେ, ସେମାନଙ୍କର ମନରେ କ’ଣ ଅଛି କିମ୍ବା ସେମାନେ କେଉଁ ପ୍ରକାରର ପୁରୁଷଙ୍କୁ ପସନ୍ଦ କରନ୍ତି। ତେବେ ମୁଁହ ଖୋଲି ନ କହିଲେ ମଧ୍ୟ ମହିଳାମାନଙ୍କ ଏହି ଗୁଣ ଦ୍ୱାରା ଅତି ଶୀଘ୍ର ପ୍ରଭାବିତ ହୁଅନ୍ତି ପୁରୁଷ।

ଆତ୍ମନିର୍ଭରଶୀଳତା

ଯେଉଁ ଝିଅ ମାନେ ଆତ୍ମନିର୍ଭରଶୀଳ, ପୁଅମାନେ ସେହି ଆତ୍ମନିର୍ଭରଶୀଳ ଗୁଣକ ପସନ୍ଦ କରନ୍ତି । ଯିଏ ନିଜ କାମ କିପରି କରିବେ ଜାଣନ୍ତି, ନିଜେ ନିଷ୍ପତ୍ତି ନେବାକୁ ସକ୍ଷମ, ସେହି ଝିଅକୁ ପୁଅ ଭଲପାଇ ବସନ୍ତି।

ସକରାତ୍ମକତା
ଯେଉଁ ଝିଅମାନେ ଜୀବନକୁ ସକାରାତ୍ମକ ଢଙ୍ଗରେ ଦେଖନ୍ତି, ପୁଅମାନେ ସେମାନଙ୍କୁ ବହୁତ ଭଲ ପାନ୍ତି। ସକରାତ୍ମକ ମନୋଭାବ ଥିବା ଝିଅ ପୁରୁଷଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରନ୍ତି। ସେମାନେ ପୁରୁଷଙ୍କୁ କିଛି ନୂଆ କରିବାକୁ ଅଟକାନ୍ତି ନାହିଁ । ପୁରୁଷମାନେ ବିରକ୍ତ ହେଲେ ମଧ୍ୟ ଝିଅମାନେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହେବା ପରିବର୍ତ୍ତେ ସମସ୍ୟାରୁ ମୁକ୍ତ କରିବାର ଉପାୟ ଖୋଜନ୍ତି।

ତାଙ୍କ ପରିବାରକୁ ନିଜର ଭାବନ୍ତି

ଯେଉଁ ଝିଅ ପୁଅର ପରିବାରକୁ ତାଙ୍କ ନିଜ ପରିବାର ବୋଲି ଭାବନ୍ତି ପୁଅମାନେ ସେମାନଙ୍କୁ ଅଧିକ ପସନ୍ଦ କରନ୍ତି।

ଚଞ୍ଚଳତା
ଯେଉଁ ଝିଅମାନେ ଚଞ୍ଚଳ ସ୍ବଭାବର ପୁଅ ମାନେ ମୁହଁ ଖୋଲି ନ କହି ପାରିଲେ ମଧ୍ୟ ସେମାନଙ୍କୁ ଅଧିକ ଭଲ ପାନ୍ତି।