Categories: ଖେଳ

ବୁଲେଟ୍‌ ବେଗରେ ବୋଲିଂ କରୁଛନ୍ତି ଏହି ବୋଲର୍‌: ଆଇପିଏଲ୍‌ରେ ରଚିଲେ ଇତିହାସ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ ଫାଷ୍ଟ ବୋଲର ଅନରିଚ ନର୍ଟଜେ ପୁଣି ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀ ବୋଲର ନର୍ଟଜେ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖେଳିବାକୁ ବଞ୍ଚିତ ହୋଇଥିଲେ। ୟୁଏଇର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟାବର୍ତ୍ତନ କରିଥିବା ନର୍ଟଜେ ବର୍ତ୍ତମାନ ବୁଲେଟ ବେଗରେ ବୋଲିଂ କରୁଛନ୍ତି। ୟୁଏଇ ନର୍ଟଜେଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ସେ ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୨୨ ଉଉକେଟ ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନର୍ଟଜେ ପ୍ରଥମ ଦୁଇଟି ଓଭରରେ ୧୪୫ କିଲୋମିଟର ବେଗରେ ସମସ୍ତ ବଲ ବୋଲିଂ କରିଥିଲେ। ଏହି ସମୟରେ, ନର୍ଟଜେ ଘଣ୍ଟା ପ୍ରତି ୧୫୧.୭ କିଲୋମିଟର ବେଗରେ ବଲ ବୋଲିଂ କରିଥିଲେ, ଯାହାକି ଆଇପିଏଲ ୨୦୨୧ର ଦ୍ରୁତତମ ବଲ ଅଟେ। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆଇପିଏଲରେ ଦ୍ରୁତତମ ବଲ ନର୍ଟଜେ ବୋଲିଂ କରିଛନ୍ତି।
ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରତ ନର୍ଟଜେ ମଧ୍ୟ ଆଇପିଏଲ ଇତିହାସରେ ସବୁଠୁ ଦ୍ରୁତତମ ବୋଲର। ଆଇପିଏଲ ୨୦୨୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନର୍କିଆ ୧୫୬.୨ କିଲୋମିଟର ବେଗରେ ବଲ ବୋଲିଂ କରିଥିଲେ। ତେବେ ରାଜସ୍ଥାନ ବ୍ୟାଟ୍ସମ୍ୟାନ ବଟଲର ଚାରିଟି ଚୌକା ମାରିଥିଲେ। ଏହି ଓଭରରେ ଆଉ ଏକ ବଲ୍‌ ଗତି ମଧ୍ୟ ଘଣ୍ଟା ପ୍ରତି ୧୫୫.୪ କିଲୋମିଟର ଥିଲା।
ଆଇପିଏଲ ଇତିହାସରେ ଦ୍ରୁତତମ ବଲ ତାଲିକାରେ ବର୍ତ୍ତମାନ ପ୍ରଥମ ତିନୋଟି ସ୍ଥାନ ନର୍ଟଜେ ଦଖଲ କରିଛି। ଏହା ପରେ ଚତୁର୍ଥ ନମ୍ବରରେ ଡେଲ ଷ୍ଟେନ (୧୫୪.୪ କିଲୋମିଟର) ର ନମ୍ବର ଆସେ। କାଗିସୋ ରାବାଡା (୧୫୪.୩ କିଲୋମିଟର) ୫ମ ସ୍ଥାନରେ ଅଛନ୍ତି । ବିଶେଷ କଥା ହେଉଛି ଏହି ସମସ୍ତ ବୋଲରମାନେ ଦକ୍ଷିଣ ଆଫ୍ରିକାର।

Share