ସୀମା ମୁକୁଳା, ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୧୦।୧: ମୁକୁଳା ପଡ଼ିଛି ବିସ୍ତୀର୍ଣ୍ଣ ଜଙ୍ଗଲ ସୀମା। କୋର୍‌ ଏରିଆ ଉପରେ ନଜର ରଖିବାକୁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଗୋଟିଏ ପଟେ ଚଢ଼ାଉ କରିବା ବେଳକୁ ଅପରପାର୍ଶ୍ୱରେ ଖସି ପଳାଉଛନ୍ତି ଶିକାରୀ। ସଂରକ୍ଷିତ ଜଙ୍ଗଲରେ ଅବାଧ ଶିକାର ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ପାଇଁ ବିପଦ ସାଜିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ବନ ବିଭାଗ। ।
ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି। ଏହା ସହିତ ହାତୀ ଏବଂ କଲରାପତିରିଆ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ନିକଟରେ ନନ୍ଦିନିଆ ରିଜର୍ଭ ଫରେଷ୍ଟ ବାଘ କରିଡରରେ ସାମିଲ ହେବା ଜିଲାର ଗୌରବ ବଢ଼ାଇଛି। ଏଭଳି ସମୟରେ ବନ୍ୟପ୍ରାଣୀ ଶିକାରକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ଜିଲାର ମୋଟ ୮ ରେଞ୍ଜ୍‌ ମଧ୍ୟରୁ କପିଳାସ, ଷଡ଼ଙ୍ଗୀ ରେଞ୍ଜ୍‌ ଏବଂ ହିନ୍ଦୋଳ ରେଞ୍ଜ୍‌ରେ ସର୍ବାଧିକ ବନ୍ୟଜନ୍ତୁ ଶିକାର ହେଉଛି। ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ କନ୍ଧରା ସଂରକ୍ଷିତ ଜଙ୍ଗଲ ସୀମା କଟକ ଜିଲା ଆଠଗଡ଼, ବଡମ୍ବା ଓ ନରସିଂହପୁରକୁ ଲାଗି ରହିଛି। ଫଳରେ ବାହାର ଜିଲାର ଶିକାରୀ ଉକ୍ତ ନିଷିଦ୍ଧ ଅଞ୍ଚଳରେ ଅବାଧ ପ୍ରବେଶ କରୁଛନ୍ତି। ସେହିପରି କପିଳାସ ରେଞ୍ଜ୍‌ରେ ଦୀର୍ଘଦିନ ହେଲା ରେଞ୍ଜର ପଦବୀ ଖାଲି ପଡ଼ିଛି। ଫଳରେ ଏହା ଅଧୀନରେ ଥିବା କପିଳାସ ଅଭୟାରଣ୍ୟ ଏବଂ ଅନ୍ୟ ରିଜର୍ଭ ଫରେଷ୍ଟରେ ପାଟ୍ରୋଲିଂ ଧିମେଇଯାଇଛି, ଯାହାର ସୁଯୋଗ ନେଉଛନ୍ତି ମାଂସଲୋଭୀ ଶିକାରୀ। ବିଭାଗୀୟ କର୍ମଚାରୀଙ୍କ ହାତରେ ବର୍ଷକ ଭିତରେ ୧୦୦ ଅଭିଯୁକ୍ତ ଧରାପଡ଼ିଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁକ ଜବତ ହୋଇଛି। ଗିରଫ ଶିକାରୀଙ୍କ ମଧ୍ୟରୁ କେବଳ କପିଳାସ ଅଭୟାରଣ୍ୟରୁ ୪୦ରୁ ଅଧିକ ଧରାପଡ଼ିଛନ୍ତି। ୨୫ରୁ ଊର୍ଦ୍ଧ୍ୱ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏତଦ୍‌ବ୍ୟତୀତ ଭୁବନେଶ୍ୱର ଏସ୍‌ଟିଏଫ୍‌ ଭାପୁର ଅଞ୍ଚଳରେ ଚଢ଼ାଉ କରି ୯ ବନ୍ଧୁକ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିଲା। ଗତବର୍ଷ ଅକ୍ଟୋବରରେ ଭାପୁର ଫାଣ୍ଡି ଝୁମ୍ପୁଡ଼ିଆ ଗ୍ରାମରୁ ବନ୍ୟପ୍ରାଣୀ ଶିକାର ଲାଗି ଯୋଜନା କରାଯାଉଥିବାବେଳେ ପୋଲିସ ୫ ବନ୍ଧୁକ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଥିଲା। ତଦନ୍ତ ସମୟରେ ଜବତ ବନ୍ଧୁକଗୁଡ଼ିକ ବନ୍ୟପ୍ରାଣୀ ଶିକାରରେ ବ୍ୟବହାର ହେଉଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଦେଢ଼ବର୍ଷ ତଳେ କନ୍ଧରା ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଏକ ଦନ୍ତାହାତୀର ଜୀବନ ଯାଇଥିଲା। ଘଟଣାସ୍ଥଳରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ଉପରେ ଗୁଳି ଚଳାଇ ଅଭିଯୁକ୍ତମାନେ ଦାନ୍ତ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାର ଅଦ୍ୟାବଧି କେହି ଧରାପଡ଼ିନାହାନ୍ତି। ଶିକାରୀମାନେ ବାର୍‌ହା, ହରିଣ, କୁଟୁରା, ଶମ୍ବର ଭଳି ତୃଣଭୋଜୀଙ୍କୁ ଟାର୍ଗେଟ କରୁଛନ୍ତି। ବାହାରକୁ ଛାଲ, ମାଂସ ଚାଲାଣ କରାଯାଉଛି। ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଅନେକ ସମୟରେ ହାତୀଙ୍କ ଜୀବନ ମଧ୍ୟ ଯାଉଛି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସଂରକ୍ଷିତ ଜଙ୍ଗଲରେ ଶିକାର ରୋକିବା ପାଇଁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କନ୍ଧରା ସଂରକ୍ଷିତ ଜଙ୍ଗଲରେ ୱାଚ ଟାୱାର ନିର୍ମାଣ କରାଯାଇଛି। ସେଠାରେ ବନ୍ଧୁକଧାରୀ କର୍ମଚାରୀ ୨୪ ଘଣ୍ଟା ପହରା ଦେଉଛନ୍ତି। କପିଳାସ୍‌ ରେଞ୍ଜ୍‌ରେ ଖୁବଶୀଘ୍ର ଜଣେ ସ୍ଥାୟୀ ରେଞ୍ଜରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ 5 ପ୍ରଶ୍ନ, କହିଲେ ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି

ଭୁବନେଶ୍ବର,୧୩।୧୨: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ପ୍ରଶ୍ନ ଉଠାଇଛନ୍ତି । ମହାନଦୀ ସଂକଟର ସମାଧାନ କେବେ ହେବ ବୋଲି ସେ ପ୍ରଶ୍ନ...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର! ଭାରତରେ ଲଞ୍ଚ ହେଲା ଔଷଧ, ଦାମ୍…

ନୂଆଦିଲ୍ଲୀ,୧୩।୧୨: ବର୍ତ୍ତମାନ ସମୟରେ ଡାଇବେଟିସ ଏକ ମୁଣ୍ଡବ୍ୟଥା କାରଣ ସାଜିଛି । ସବୁ ବୟସର ଲୋକେ ଏହି ରୋଗରେ ପୀଡିତ ହେଉଛନ୍ତି । ହେଲେ ଏହାରି...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri