ପ୍ରେମିକାଙ୍କ ହାତ ଧରିବେ ବଲିଉଡ୍‌ର ଏହି ଗାୟକ, ୧୦ ବର୍ଷ ଧରି କରୁଥିଲେ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନା ଅନୁଯାୟୀ, ଉଭୟ ମନ୍ଦିରରେ ବିବାହ କରିବେ।

ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ତାଙ୍କ ବିବାହ ଖୁବ୍‌ ଶୀଘ୍ର ହେବାକୁ ଯାଉଛି। କରୋନା ଯୋଗୁ କେବଳ ଅତି ନିକଟତର ଲୋକଙ୍କୁ ନେଇ ଏହି ବିବାହ ଉତ୍ସବ ସମାପନ ହେବ। ୧ ଡିସେମ୍ବରରେ ବିବାହ ପାଇଁ ନିମନ୍ତ୍ରଣ କରାଯାଇଛି। ଏହି ବିବାହରେ ୫୦ରୁ ଅଧିକ ଲୋକ ଯୋଗଦେବେ ନାହିଁ। ଏକ ଛୋଟ ରିସେପ୍ସନ ପାର୍ଟି ମଧ୍ୟ ଦିଆଯିବ। ଯେଉଁଥିରେ ଘର ଲୋକ, ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟ ରହିବେ। ଫିଲ୍ମ ଏବଂ ସଙ୍ଗୀତ ଇଣ୍ଡଷ୍ଟ୍ରିର ଅତି ନିକଟତର ଲୋକ ଆଦିତ୍ୟଙ୍କ ବିବାହ ଉତ୍ସବରେ ଉପସ୍ଥିତ ରହିବେ।

ଚଳିତବର୍ଷ ଅକ୍ଟୋବରରେ ଆଦିତ୍ୟ ଶ୍ୱେତାଙ୍କ ସହ ତାଙ୍କର ସମ୍ପର୍କକୁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ପରେ ଉଭୟ ବିବାହ ନିଷ୍ପତ୍ତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ୨୦୧୦ରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା। ଉଭୟ ପ୍ରାୟ ୧୦ ବର୍ଷ ଧରି ଡେଟିଂ କରୁଛନ୍ତି।

ବର୍ତ୍ତମାନ ବିବାହକୁ ନେଇ ଆଦିତ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହା ଏକ ନୂତନ ଅଧ୍ୟାୟ ହେବ ବୋଲି ସେ କହିଛନ୍ତି। ଆମେ ପରସ୍ପରକୁ ୧୨ ବର୍ଷ ଧରି ଜାଣିଛୁ, ୧୦ ବର୍ଷ ଧରି ଡେଟ୍‌ କରୁଛୁ, କିନ୍ତୁ ବର୍ତ୍ତମାନ ଆମେ ନୂତନ ପାହାଚରେ ପାଦ ଦେବାକୁ ଯାଉଛୁ। ବିବାହ ପରେ ସବୁକିଛି ପରିବର୍ତ୍ତନ ହୋଇଥାଏ। ଦେଖାଯାଉ ଆଗକୁ କ’ଣ ହେଉଛି ବୋଲି ଆଦିତ୍ୟ କହିଛନ୍ତି।

Share