ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ଦର୍ଶକଙ୍କ ହୃଦୟରେ ଲଗାଇଲା ନିଆଁ

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଗ୍ଲାମରକୁ ନେଇ ବେଶ୍‌ ପରିଚିତ। ଏମିତିରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ଦର୍ଶକେ ତାଙ୍କର ଫଟୋକୁ ଚାତକ ପରି ଅପେକ୍ଷା କରି ରହିଥାନ୍ତି।

ମୋନାଲିସା ଏବେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ଦର୍ଶକଙ୍କ ହୃଦୟରେ ନିଆଁ ଲାଗିଯାଇଛି। ମୋନାଲିସା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ବେଶ୍‌ ହଟ୍‌ ଦିଶୁଛନ୍ତି। ଫଟୋରେ ସେ ଏକ ଲାଲ୍‌ ରଙ୍ଗର ହଟ୍‌ ଓ୍ବାନ୍‌ପିସ୍‌ ଡ୍ରେସ୍‌ ପିନ୍ଧିଛନ୍ତି। ତାଙ୍କର ପୋଜ୍‌ ଦେଖି ପ୍ରଶଂସକମାନେ ଦିବାନା ପାଲଟିଯାଇଛନ୍ତି। ମୋନାଲିସା ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ତୁମ ନଜରରେ… ବାସ୍‌ ଏକ ମିନିଟ୍‌ ପାଇଁ ‘ଲାଲ୍‌ ଭେଲ୍‌ଭେଟ୍‌’।

ପରେ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କିଛି ପ୍ରଶଂସକ ତାଙ୍କ ନିଜ ନିଜ ଆକାଉଣ୍ଟରେ ମୋନାଲିସାଙ୍କ ଫଟୋଗୁଡ଼ିକୁ ଶେୟାର ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

Share