୬୦ ହଜାର ଟଙ୍କା ପାଇଁ ବନ୍ଧାପଡ଼ିିଲା ମୃତଦେହ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ରୋଗୀର ଅବସ୍ଥା ଗୁରୁତର କହି ଆଇସିୟୁରେ ଭର୍ତ୍ତି କରୁଛନ୍ତି। ମୃତ୍ୟୁପରେ ସହସ୍ରାଧିକ ଟଙ୍କା ଦାବି କରିବା ସହ ମୃତଦେହକୁ ଛାଡୁନାହାନ୍ତି। ଫଳରେ ସାଧାରଣ ଲୋକେ ଘରୋଇ ହସ୍ପିଟାଲ ଯାଇ ହଟହଟା ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ରବିବାର ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି।
ମୁତାବକ, ନୟାଗଡର ସନ୍ତୋଷ ମିଶ୍ର(୬୦)ଙ୍କର ଫୁସଫୁସଜନିତ ସମସ୍ୟା ଦେଖାଦେବାରୁ ଗତ ୫ତାରିଖରେ ତାଙ୍କୁ ନୟାପଲ୍ଲୀ ଅଞ୍ଚଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ନିୟମ ମୁତାବକ ସନ୍ତୋଷଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ ହେଲା। ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କୋଭିଡ୍‌ ପଜିଟିଭ କହି ଆଇସିୟୁରେ ଭର୍ତ୍ତି କଲେ। ଚିକିତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ନେଇଯିବା ପରେ ରବିବାର ସକାଳେ ସନ୍ତୋଷଙ୍କର ମୃତ୍ୟୁ ଘଟିଲା। ମାତ୍ର ଏବେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ସନ୍ତୋଷ କୋଭିଡ୍‌ ନେଗେଟିଭ। ଏଣୁ ୬୦ହଜାର ଟଙ୍କା ନ ଦେଲେ ମୃତଦେହ ଦିଆଯିବ ନାହିଁ। ଫଳରେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା କରିଥିଲେ। ପଜିଟିଭ ନ ଥାଇ ଆଇସିୟୁରେ କାହିଁକି ଭର୍ତ୍ତି କରି ଖର୍ଚ୍ଚାନ୍ତ କରାଇଲ, ପଜିଟିଭ ବାହାରିଥିଲେ ସରକାରଙ୍କ ତରଫରୁ ସହଯୋଗ ମିଳିଥାନ୍ତା। ନେଗେଟିଭ ଯୋଗୁ ସାଧାରଣ ରୋଗୀର ମୃତ୍ୟୁ ଘଟିଲେ ସରକାର ଖର୍ଚ୍ଚ ବହନ କରିବେ ନାହିଁ ବୋଲି କହି ସନ୍ତୋଷଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଖବର ପାଇ ନୟାପଲ୍ଲୀ ଥାନା ଅଧିକାରୀ ଶରତ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁୁଝା କରିଥିଲେ। ଆର୍‌ଟି-ପିସିଆର ଟେଷ୍ଟପାଇଁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଆଧାର କାର୍ଡ ଦିଆଯାଇ ନ ଥିବାରୁ ରିପୋର୍ଟ ଆସି ନ ଥିଲା। କେହି ଜଣେ ମେଡିକାଲ କର୍ମଚାରୀ ଭୁଲବଶତଃ ରୋଗୀ ପଜିଟିଭ ବୋଲି କହିଦେଇଥିଲେ, ପରେ କିନ୍ତୁ ନେଗେଟିଭ ବୋଲି ଜଣାପଡ଼ିିଥିଲା। ଭୁଲ ବୁଝାମଣା ଯୋଗୁ ଏପରି ଦ୍ୱନ୍ଦ୍ୱ ଉପୁଜିଥିବା ଥାନା ଅଧିକାରୀ ସାହୁ କହିଛନ୍ତି। କିଛିଦିନ ତଳେ ଏପରି ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ବାରମ୍ବାର ଏହି ଘଟଣା ଘଟୁଥିବାରୁ ସରକାର ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri