ବାହାରିନ୍‌ରୁ ମୃତଦେହ ଓଡ଼ିଶା ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ବାହାରିନ୍‌ରେ କାର୍ଯ୍ୟରତ ଜଣେ ପ୍ରବାସୀ ଓଡି଼ଆଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏଭଳି ସ୍ଥିତିରେ ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଥିପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା କରାଯାଇଛି ା ଗଞ୍ଜାମ ଜିଲା ଖଲିକୋଟ ବ୍ଲକ୍‌ ତୋଟାଗ୍ରାମର ସୀମାଞ୍ଚଳ ରାଉତ ବାହାରିନ୍‌ରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଜୁଲାଇ ୧୮ରେ ଉଚ୍ଚ ରକ୍ତଚାପ ଯୋଗୁ ତାଙ୍କ ବ୍ରେନ୍‌ ହାମ୍‌ରେଜ୍‌ ହୋଇ ବାହାରିନ୍‌ର ଏକ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ା ବାହାରିନ୍‌ରେ ଥିବା ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ତତ୍ତ୍ୱାବଧାନରେ ସେଠାରେ ଦୀର୍ଘ ୨୧ ଦିନର ଚିକିତ୍ସା ପରେ ଅଗଷ୍ଟ ୮ରେ ତାଙ୍କର ମୃତ୍ୟୁ ହୋଇଥିଲା ା ଓଡ଼ିଶା-ମୋ ପରିବାର ଏବଂ ପ୍ରହରାଜଙ୍କ ସହଯୋଗରେ ବିମାନ ଯୋଗେ ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ୱର ବିମାନବନ୍ଦର ଏବଂ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ନେବାରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ସୀମାଞ୍ଚଳଙ୍କ ପାର୍ଥିବ ଶରୀର ବିମାନବନ୍ଦରରେ ପହଞ୍ଚିବା ସମୟରେ ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଓ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମୟରେ ଷ୍ଟାଲିନ୍‌ ପରିଜା ଉପସ୍ଥିତ ଥିଲେ।