ଦୁର୍ଘଟଣାର ୨୦ ଘଣ୍ଟା ପରେ ଉଠିଲା ମୃତଦେହ

ବାଲିଶଙ୍କରା, ୭ା୫ : ସୁନ୍ଦରଗଡ଼ ଜିଲା କିଞ୍ଜିରକେଲା ଥାନା ଅଧୀନ ତିଲଡେଗା ଗ୍ରାମ ବଣ୍ଡେଡୁଙ୍ଗୁରି ନିକଟରେ ଏକ ୧୪ ଚକିଆ ହାଇଓ୍ବା ଗୁରୁବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ୧୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜନ୍ମେଜୟ ରାଉତ (୨୯)ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଘର ସିଙ୍ଗାରମୁଣ୍ଡା ଗ୍ରାମରେ।

ସକାଳେ ସ୍ଥାନୀୟ ଲୋକେ ଘଟଣା ସଂକ୍ରାନ୍ତରେ ପୋଲିସକୁ ଜଣାଇଥିଲେ। କିନ୍ତୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ହାଇଓ୍ବା ମାଲିକ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ୨୦ ହଜାର ଟଙ୍କା ଦେଇଥିଲେ। ଦୀର୍ଘ ୨୦ ଘଣ୍ଟା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।