୫୪ ଦିନ ପରେ ଗାଁକୁ ଫେରିଲା ମୃତଦେହ

ବାଣପୁର, ୨।୨(ଡି.ଏନ୍‌.ଏ): ପରିବାର ପ୍ରତିପୋଷଣ ପାଇଁ ଅଧିକ ରୋଜଗାର ଆଶାରେ ସୁଦୂର ସାଉଦି ଆରବକୁ ଯାଇଥିବା ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ବାଁଳେଇ ଗ୍ରାମର ଜଣେ ଓଡ଼ିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁର ୫୪ ଦିନ ପରେ ସୋମବାର ତାଙ୍କ ମୃତଦେହକୁ ଗ୍ରାମକୁ ଅଣାଯାଇଛି। ଏ ନେଇ ତାଙ୍କ ପରିବାରରେ କାନ୍ଦବୋବାଳି ପଡ଼ିିଯାଇଥିବାବେଳେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ମୃତଦେହ ସଂସ୍କାର କରାଯାଇଛି।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଅଧୀନ ବାଁଳେଇ ଗ୍ରାମର ନଟବର ପ୍ରଧାନଙ୍କ ସାନପୁଅ ଦାମୋଦର ପ୍ରଧାନ ସାଉଦି ଆରବର ଜେଦା ସହରସ୍ଥ ‘ଅଲ୍‌ ଉସ୍ତୁଲ ଅଲ୍‌ ଅଲ୍ଲୀ’ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ତେବେ ଗତ ନଭେମ୍ବର ୬ରେ ଦାମୋଦର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କିଙ୍ଗ ଅବଦୁଲାଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା। ମାତ୍ର ପରେ କମ୍ପାନୀ ପକ୍ଷରୁ ତାଙ୍କ ପରିବାର ସହ ଆଉ କୌଣସି ଯୋଗାଯୋଗ କରାଯାଇ ନ ଥିଲା। ଫଳରେ ଦାମୋଦରଙ୍କ ସ୍ତ୍ରୀ ବବିତାଙ୍କ ସମେତ ପରିବାରବର୍ଗ ଚିନ୍ତିତ ହୋଇପଡ଼ିିଥିଲେ। ଡିସେମ୍ବର ୯ରେ ହସ୍ପିଟାଲରେ ଦାମୋଦରଙ୍କ ମୃତ୍ୟୁ ଘଟିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା। ପରିବାର ପକ୍ଷେ ସାଉଦି ଆରବରୁ ମୃତଦେହ ଆଣିବା ସମ୍ଭବ ନ ଥିବାରୁ ବବିତା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ଶୀଘ୍ର ମୃତଦେହ ନ ନେଲେ ସେଠାରେ ପୋତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ସ୍ବାମୀଙ୍କ ମୃତଦେହ ଫେରାଇ ଆଣିବା ପାଇଁ ବବିତା ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଥିଲେ ା ଜୀବନ ବୀମା ନିଗମର ପୁରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ବୈଦେଶିକ ମନ୍ତ୍ରଣାଳୟ ସମେତ ଜେଦାସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟର ଭାଇସ କନ୍‌ସୁଲାର ଶାହାବୁଦ୍ଦିନ ଖାନ ଏବଂ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅହମ୍ମଦ ରଜାକଙ୍କ ସହିତ ଯୋଗାଯୋଗ କରି ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ। ଶେଷରେ ଜେଦାରୁ ଦୁବାଇ ଓ ପରେ କୋଲକାତା ବିମାନବନ୍ଦରରେ ରବିବାର ମୃତଦେହ ପହଞ୍ଚତ୍ଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ପରିବାରବର୍ଗ ଗ୍ରାମକୁ ଆଣିଥିଲେ। ସ୍ବାମୀଙ୍କ ବକେୟା ପ୍ରାପ୍ୟ, ଦରମା ସମେତ ମୃତ୍ୟୁକାଳୀନ ସହାୟତା ପ୍ରଦାନ ପାଇଁ ବବିତା ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri