୫୪ ଦିନ ପରେ ଗାଁକୁ ଫେରିଲା ମୃତଦେହ

ବାଣପୁର, ୨।୨(ଡି.ଏନ୍‌.ଏ): ପରିବାର ପ୍ରତିପୋଷଣ ପାଇଁ ଅଧିକ ରୋଜଗାର ଆଶାରେ ସୁଦୂର ସାଉଦି ଆରବକୁ ଯାଇଥିବା ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ବାଁଳେଇ ଗ୍ରାମର ଜଣେ ଓଡ଼ିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁର ୫୪ ଦିନ ପରେ ସୋମବାର ତାଙ୍କ ମୃତଦେହକୁ ଗ୍ରାମକୁ ଅଣାଯାଇଛି। ଏ ନେଇ ତାଙ୍କ ପରିବାରରେ କାନ୍ଦବୋବାଳି ପଡ଼ିିଯାଇଥିବାବେଳେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ମୃତଦେହ ସଂସ୍କାର କରାଯାଇଛି।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଅଧୀନ ବାଁଳେଇ ଗ୍ରାମର ନଟବର ପ୍ରଧାନଙ୍କ ସାନପୁଅ ଦାମୋଦର ପ୍ରଧାନ ସାଉଦି ଆରବର ଜେଦା ସହରସ୍ଥ ‘ଅଲ୍‌ ଉସ୍ତୁଲ ଅଲ୍‌ ଅଲ୍ଲୀ’ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ତେବେ ଗତ ନଭେମ୍ବର ୬ରେ ଦାମୋଦର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କିଙ୍ଗ ଅବଦୁଲାଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା। ମାତ୍ର ପରେ କମ୍ପାନୀ ପକ୍ଷରୁ ତାଙ୍କ ପରିବାର ସହ ଆଉ କୌଣସି ଯୋଗାଯୋଗ କରାଯାଇ ନ ଥିଲା। ଫଳରେ ଦାମୋଦରଙ୍କ ସ୍ତ୍ରୀ ବବିତାଙ୍କ ସମେତ ପରିବାରବର୍ଗ ଚିନ୍ତିତ ହୋଇପଡ଼ିିଥିଲେ। ଡିସେମ୍ବର ୯ରେ ହସ୍ପିଟାଲରେ ଦାମୋଦରଙ୍କ ମୃତ୍ୟୁ ଘଟିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା। ପରିବାର ପକ୍ଷେ ସାଉଦି ଆରବରୁ ମୃତଦେହ ଆଣିବା ସମ୍ଭବ ନ ଥିବାରୁ ବବିତା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ଶୀଘ୍ର ମୃତଦେହ ନ ନେଲେ ସେଠାରେ ପୋତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ସ୍ବାମୀଙ୍କ ମୃତଦେହ ଫେରାଇ ଆଣିବା ପାଇଁ ବବିତା ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଥିଲେ ା ଜୀବନ ବୀମା ନିଗମର ପୁରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ବୈଦେଶିକ ମନ୍ତ୍ରଣାଳୟ ସମେତ ଜେଦାସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟର ଭାଇସ କନ୍‌ସୁଲାର ଶାହାବୁଦ୍ଦିନ ଖାନ ଏବଂ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅହମ୍ମଦ ରଜାକଙ୍କ ସହିତ ଯୋଗାଯୋଗ କରି ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ। ଶେଷରେ ଜେଦାରୁ ଦୁବାଇ ଓ ପରେ କୋଲକାତା ବିମାନବନ୍ଦରରେ ରବିବାର ମୃତଦେହ ପହଞ୍ଚତ୍ଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ପରିବାରବର୍ଗ ଗ୍ରାମକୁ ଆଣିଥିଲେ। ସ୍ବାମୀଙ୍କ ବକେୟା ପ୍ରାପ୍ୟ, ଦରମା ସମେତ ମୃତ୍ୟୁକାଳୀନ ସହାୟତା ପ୍ରଦାନ ପାଇଁ ବବିତା ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri