କୂଅରୁ ମିଳିଲା ଯୁବକଙ୍କ ମୃତଦେହ

କୋକସରା,୧୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ କୂଅରୁ ଠାବ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ଚିନ୍ତାମଣି ପଟେଲଙ୍କ ପୁଅ ଧର୍ମେନ୍ଦ୍ର (୩୬)। ତେବେ କେଉଁ ପରିସ୍ଥିତିରେ ଧର୍ମେନ୍ଦ୍ର କୂଅରେ ପଡ଼ି ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ନିକଟରୁ ଖବର ପାଇ କୋକସରା ଦମକଳ ବିଭାଗ କର୍ମଚାରୀ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଛନ୍ତି। କୋକସରା ଡାକ୍ତରଖାନାରେ ଶନିବାର ମୃତଦେହ ବ୍ୟବଚ୍ଛେଦ ହୋଇଛି। ଏନେଇ କୋକସରା ଥାନାରେ କେସ୍‌ ନମ୍ବର ୨୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଓ ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି କୋକସରା ଥାନା ଏଏସ୍‌ଆଇ ମମତା ଶବର କହିଛନ୍ତି।