ପଥର ସନ୍ଧିରୁ ମିଳିଲା ନାବାଳିକାଙ୍କ ମୃତଦେହ

ସମ୍ବଲପୁର,୫।୧୦(ବ୍ୟୁରୋ): ସମ୍ବଲପୁର ଜିଲା ଦଲେଇପଡ଼ା ମହାନଦୀ ଘାଟରେ ସୋମବାର ଏକ ପରିବାର ୩ ଜଣ ସଦସ୍ୟ ଭାସିଯାଇଥିଲେ। ତେବେ ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନାବାଳିକା ଝିଅ ନିଖୋଜ ଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ପ୍ରାୟ ୫୦ ଫୁଟ ଗଭୀର ପଥର ସନ୍ଧିରୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ପେନ୍‌ସନ୍‌ପଡ଼ାର ମହମ୍ମଦ ଅଲତାଫ ତାଙ୍କର ୧୫ ବର୍ଷୀୟ ପୁଅ ମହମ୍ମଦ ଅଫତାବ ଓ ୧୩ ବର୍ଷର ଝିଅ ରୁକସାନା ବେଗମଙ୍କ ସହିତ ମହାନଦୀର ଦଲେଇପଡ଼ା ଘାଟକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁ ତିନି ଜଣକ ଯାକ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସୋମବାର ରାତିରେ ଅଲତାଫ ଓ ତାଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ହେଲେ ଝିଅର ପତ୍ତା ମିଳି ନ ଥିବା ବେଳେ ସକାଳେ ତାଙ୍କୁ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଅଟୋ ପଛରେ ଲାଗିବ ଦର ସାରଣୀ

ପୁରୀ ଅଫିସ,୬।୬: ଅଟୋରେ ଲାଗିବ ଦର ତାଲିକା। ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭିନ୍ନ ଭିନ୍ନ...

ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଡିଜେ ବଜାଇ ନାଚିଲେ

ଦିଗପହଣ୍ଡି,୭।୫(ଡି.ଏନ୍‌.ଏ.):  ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଶନିବାର ଶେଷ ହୋଇଛି। ସାଧାରଣତଃ ପରୀକ୍ଷା ସରିବା ପରେ ଭବିଷ୍ୟତକୁ ନେଇ ପିଲାମାନେ ଚିନ୍ତିତ ହୋଇପଡ଼ିବା ନଚେତ ସ୍କୁଲ...

ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ

ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ...

ମିଳିଲାନି ସରକାରୀ ସହଯୋଗ: ଟଙ୍କା ଆଦାୟ କରି ନାଳ ସଫା କଲେ ଚାଷୀ

ରସୁଲପୁର,୨୭ା୬(ଡି.ଏନ.ଏ.): ପ୍ରଶାସନକୁ ଅନେକ ଗୁହାରି କରିବା ପରେ ମଧ୍ୟ ନାଳ ସଫେଇ ହୋଇ ପାରିଲାନି। ଶେଷରେ ଚାଷୀ ନିଜେ ଟଙ୍କା ଆଦାୟ କରି ନାଳ ସେଫଇ...

କୋଭିଡ୍‌ କଟକଣା ଉଲ୍ଲଂଘନକୁ ନେଇ ପ୍ରଶାସନର ତଦନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୮ା୧ (ଡି.ଏନ୍‌.ଏ.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନୀ ସହ ସାମାଜିକ କଟକଣା ଜାରି ହୋଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

କଟକର ପ୍ରଥମ କରୋନା ସଂକ୍ରମିତଙ୍କ ଅଞ୍ଚଳରେ ବିଶୋଧନ

କଟକ ଅଫିସ,୪। ୪- କଟକ ସହରରେ ପ୍ରଥମ କରୋନା ସଂକ୍ରମିତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ସେ ରହୁଥିବା ସଂପୂର୍ଣ୍ଣ ଅଞ୍ଚଳକୁ କଟକ ମହାନଗର ନିଗମ ପକ୍ଷରୁ...

ମାମୁରିଝରଣରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବଇଣ୍ଡା,୧୪।୧୧(ଡି.ଏନ୍‌.ଏ.)-ଆଠମଲ୍ଲିକ ବ୍ଲକ ଆମ୍ବସରମୁ ପଞ୍ଚାୟତ ମାମୁରିଝରଣ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପୁରୁଷୋତ୍ତମ ନାୟକ, ଟୁଟୁ ନାୟକଙ୍କ ୪ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ...

ଜଙ୍ଗଲ ଜମିରୁ ମୋରମ ଲୁଟ

ଜେନାପୁର,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ତଥା ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅଞ୍ଜିରା ପଞ୍ଚାୟତ ଅଧୀନ ଗମ୍ଭାରିଆ ଗ୍ରାମ ନିକଟରୁ ଜଙ୍ଗଲ ଓ ରାଜସ୍ବ ବିଭାଗ...

Advertisement
Archives

Model This Week