Categories: ଜାତୀୟ

ହିସାର ପହଞ୍ଚିଲା ସୋନାଲିଙ୍କ ପାର୍ଥିବ ଶରୀର, ଋଷି ନଗରରେ ହେବ ଅନ୍ତିମ ସଂସ୍କାର

ହିସାର,୨୬ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟାରେ ଋଷି ନଗରରେ କରାଯିବ । ପାର୍ଥିବ ଶରୀରକୁ ଢଂଢୁର ସ୍ଥିତ ଫାର୍ମ ହାଉସରେ ଶେଷ ଦର୍ଶନ ପାଇଁ ରଖାଯିବ । ସେହି ଫାର୍ମ ହାଉସରେ ହିଁ ପରିବାର ପକ୍ଷରୁ ସମସ୍ତ କର୍ମ କରାଯିବ । ସୂଚନଯୋଗ୍ୟ, ସେନାଲିଙ୍କ ମର ଶରୀରକୁ ପୋଷ୍ଟ ମର୍ଟମ ପରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା । ରାତି ପ୍ରାୟ ୧୧ଟାରେ ସୋନାଲିଙ୍କ ମର ଶରୀର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ହିସାର ନିଆଯାଇଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସୋନାଲିଙ୍କ ମୃତ୍ୟୁ ପ୍ରଥମେ ହୃଦଘାତ ଯୋଗୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ପୋଲିସ ଏହାର ଯାଞ୍ଚ କରି ୨ ଜଣଙ୍କୁ ଗିରଫ ବି କରି ସାରିଲାଣି । ତେବେ ପରିବାରର ଦାବି ଅନୁଯାୟୀ ମାମଲାର ଯାଞ୍ଚ କରାଯିବ ବୋଲି ରାଜନେତାମାନେ ମତ ରଖିଛନ୍ତି । ଏପଟେ ସୋନାଲିଙ୍କ ପରିବାର ପକ୍ଷରୁ ମାମଲାର ସିବିଆଇ ଯାଞ୍ଚ ଦାବି କରାଯାଇଛି । ତେବେ ଏହାର କି ଯାଞ୍ଚ କରାଯିବ ତାହା ଗୋଆ ସରକାର ସ୍ଥିର କରିବେ । କାରଣ ସୋନାଲିଙ୍କ ମୃତ୍ୟୁ ଗୋଆରେ ହୋଇଥିବାରୁ ଏହା ଗୋଆ ସରକାର ସ୍ଥିର କରିବେ ବୋଲି କୁହାଯାଉଛି ।

Share