ହୀରାକୁଦ ଜଳଭଣ୍ଡାରରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା ଅଫିସ,୩୧ା୭: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଜମେରା ପଞ୍ଚାୟତ ପୁଡ଼ାପାଲି ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ପୁଡ଼ାପାଲି ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଝାରସୁଗୁଡ଼ା ସଦର ଥାନାରେ କେସ୍‌ ନଂ.୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୋଲିସ ଜବତ କରିଥିବା ମୃତ ଯୁବକଙ୍କ ଶରୀରରେ ଏକ କଳାରଙ୍ଗର ଫୁଲ୍‌ପ୍ୟାଣ୍ଟ କରହିଛି। ମୃତଦେହ ୩ରୁ୪ଦିନ ଅନୁମାନ କରାଯାଉଥିବା ବେଳେ ଶରୀରରେ ପୋକ ହୋଇଯାଇଛନ୍ତି। ମୃତକଙ୍କ ବୟସ ୩୫ରୁ ୪୦ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ଅଦ୍ୟାବଧି ତାଙ୍କ ପରିଚୟ ମିଳିପାରିନାହିଁ।

ସୂଚନାଯୋଗ୍ୟ, ଗତ ୨ଦିନ ହେଲାଣି ହୀରାକୁଦ ଜଳଭଣ୍ଡାରରେ ଏକ ମୃତଦେହ ଭାସୁଥିବା ନେଇ ନିକଟସ୍ଥ ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ରବିବାର ସକାଳେ ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଅଗ୍ନିଶମ ବିଭାଗ ଓ ସାଇଣ୍ଟିଫିକ୍‌ ଟିମ୍‌ ଧରି ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର କରିଛନ୍ତି।