ହାଇସ୍କୁଲ ବାରଣ୍ଡାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାଟଣା,୨୩।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ସ୍ଥିତ ପଞ୍ଚାୟତ ହାଇସ୍କୁଲ ବାରଣ୍ଡାରୁ ଶନିବାର ସକାଳୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ କଣ୍ଟିଆପଡ଼ା ଗ୍ରାମର ବୈରାଗୀ ନାଏକ। ଅପମିଶ୍ରିତ ମଦ୍ୟପାନ କରି ବୈରାଗୀଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ କହୁଛନ୍ତି। ବୈରାଗୀ ଶୁକ୍ରବାର ସାରୁ ନିଖୋଜ ଥିଲେ। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନ ଥିବା ଜଣାପଡିଛି।