ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି ନୂଆଗାଁର ଅରକ୍ଷିତ ସାହୁ (୭୩) । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।
ସୂଚନାଯୋଗ୍ୟ ଯେ, ଅରକ୍ଷିତ କିଛିଦିନ ପୂର୍ବେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ଆଜି ତାଙ୍କ ଶବ ମୁଜାଗଡ ପୋଖରୀରେ ଭାସୁଥିବା ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଖରୀରୁ ଉଦ୍ଧାର କରିଥିଲେ। ଅରକ୍ଷିତ କେଉଁଭଳି ପରିସ୍ଥିତିରେ ମୁଜାଗଡ଼ ଆସିଥିଲେ ଏବଂ ସେ କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କଲେ ସେ ନେଇ ସଠିକ କିଛି ଜଣାପଡ଼ିନାହିଁ। ପୋଲିସ ତଦନ୍ତ ପରେ ତାହା ଜଣାପଡ଼ିବ।
Dharitri – Odisha’s No.1 Odia Daily

