ଗଛରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଜବତ

ପାଟଣା,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଖଡିକାପଦା ଗାଁ ନିକଟରେ ଥିବା ଏକ କେନ୍ଦୁ ଗଛରୁ ଗୁରୁବାର ଗ୍ରାମର ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଗଣେଶ ମୁଣ୍ଡା।
ସୂଚନାନୁସାରେ, ଗୁରୁବାର ସକାଳୁ କିଛି ଲୋକ ହୁଡ଼ି ରାସ୍ତା ଦେଇ ଯାଉଥିବାବେଳେ ନାବାଳକଙ୍କର ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। କେହି ତାଙ୍କୁ ହତ୍ୟା କରି ପରେ ଗଛରେ ଟାଙ୍ଗିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।