ରେଳଧାରଣା କଡ଼ରେ ପଡ଼ିଛି ମୃତଦେହ

ବଲାଙ୍ଗୀର,୧୮ା୬(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଳ ଷ୍ଟେଶନ ନିକଟ ଖୁଜେନପାଲି ବ୍ରିଜ୍‌ ରେଳ ଧାରଣା କଡ଼ରେ ରବିବାର ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହକୁ ରେଳବାଇ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଯୁବକଙ୍କ ପକେଟ୍‌ରୁ ମୋବାଇଲ ଓ ଇଅର୍‌ ବଡ ମିଳିଛି। ତଦନ୍ତ ଜାରି ରହିଛି ବୋଲି ରେଳବାଇ ପୋଲିସ ପକ୍ଷରୁ କୁହାଯାଇଛି।