ବୁଦୁଲିପଦର ଘାଟିରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବାଲିଗୁଡା,୧୮।୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରୁ ରବିବାର ପୋଲିସ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ତୁମୁଡ଼ିବନ୍ଧର ସଙ୍କଳ୍ପ ନାୟକ ଓ ତପନ କୁମାର ବେହେରା। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ତୁମୁଡ଼ିବନ୍ଧ ଥାନା ଆଇଆଇସି ବାବାଶଙ୍କର ସରାଫ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ତୁମୁଡ଼ିବନ୍ଧ ମେଡିକାଲ ସମ୍ମୁଖ ୫୯ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ କରୋନା ସନ୍ଦିଗ୍ଧ

ଦାରିଙ୍ଗବାଡ଼ି,୧୪।୩(ଡି.ଏନ.ଏ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଯୁବତୀଙ୍କୁ ଶୁକ୍ରବାର ଚିକିତ୍ସା କରାଯାଇଛି। ଯୁବତୀ ଜଣକ ତାମିଲନାଡୁରୁ ଫେରିବା ପରେ...

୬୦ ବର୍ଷୀୟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ

ଫୁଲବାଣୀ ଅଫିସ, ୧୦ା୨: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ...

ଦାରିଙ୍ଗବାଡିରେ ପ୍ରବଳ ବର୍ଷା ସହ ଶୀତ ଅନୁଭୂତ

ଦାରିଙ୍ଗବାଡି,୫।୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବୁଧବାର ସକାଳଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବର୍ଷା...

ସମିତିସଭ୍ୟଙ୍କ ଶପଥପାଠର ଭିଡିଓ ଭାଇରାଲ : ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୧୭ରେ

ଦାରିଙ୍ଗବାଡ଼ି,୧୬ା୬(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତ୍ରୀ ପ୍ରଧାନଙ୍କ ନିର୍ବାଚନ ମାମଲାରେ ତାଙ୍କ ପଦବୀ ଅସିଦ୍ଧ ଘୋଷିତ ହୋଇଛି। ଗତ କିଛି ଦିନ ହେଲା ଉପାଧ୍ୟକ୍ଷ...

ଆମ୍ବ ତୋଳୁଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ନାବାଳିକାଙ୍କ ଜୀବନ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍‌ଚାଳିତ ସାମଗ୍ରୀ...

ଶୋଷ ମେଣ୍ଟାଉଛି ଚୂଆପାଣି

ବାଲିଗୁଡ଼ା,୧ା୭(ଡି.ଏନ୍‌.ଏ.)- ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ବାରମ୍ବାର ଗୁହାରି ପରେ ମଧ୍ୟ ସମସ୍ୟା ସୁଧୁରୁନି। କନ୍ଧମାଳ...

ଡକାୟତ ଧରୁନି ପୋଲିସ, ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୧-ରାଇକିଆ ଥାନା ଅନ୍ତର୍ଗତ କରଡା ଗ୍ରାମର ହନୁମାନ ମନ୍ଦିର ପୂଜକଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଜାଣିଶୁଣି...

ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌, ୫୦ ପର୍ଯ୍ୟଟକ ସୁରକ୍ଷିତ

ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍‌। ୫୦ପର୍ଯ୍ୟଟକଙ୍କୁ...

Advertisement
Archives

Model This Week