ଡଙ୍ଗା ବୁଡ଼ି ୨ ନିଖୋଜଙ୍କ ମିଳିଲା ମୃତଦେହ

ଚିତ୍ରକୋଣ୍ଡା,୨୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ବାଲିମେଳା ଜଳଭଣ୍ଡାରରେ ଦୁଇଦିନ ତଳେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିଲେ। ବୁଧବାର ସକାଳୁ ସେମାନଙ୍କ ମୃତଦେହ ଜବତ କରାଯାଇଛି। ଜଗନ୍ନାଥ ଗୋଲାରୀ(୧୯) ଏବଂ ପିତାମ୍ବର ମୁଦୁଲି (୧୯)ଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ସୂଚନାଯୋଗ୍ୟ, ନାରିଙ୍ଗଝୋଲା ଗ୍ରାମରେ ସୋମବାର ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନିଜଣ ଅପରାହ୍ନରେ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗା ବୁଡି ଯାଇଥିଲା। ଏଥିରେ ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ କୂଳରେ ପହଞ୍ଚି ଯାଇଥିଲେ।