Categories: ଜାତୀୟ

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଗୋଟିଏ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଟିକମଗଡ଼ ଜିଲା ପୋଲିସ ଅଧିକ୍ଷକ ପ୍ରଶାନ୍ତ ଖେର କହିଛନ୍ତି, ରବିବାର ସକାଳେ ଖରଗାପୁରର ୬୨ ବର୍ଷୀୟ ଧର୍ମଦାସ ସୋନିଙ୍କ ପରିବାରର ସମସ୍ତ ୫ ଜଣଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତକଙ୍କ ମଧ୍ୟରେ ଧର୍ମଦାସଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ପୁନା (୫୫ ବର୍ଷ), ପୁଅ ମନୋହର (୨୭ ବର୍ଷ), ବୋହୁ ସୋନମ (୨୫ ବର୍ଷ) ଓ ୪ ବର୍ଷର ନାତି ସାନିଧ୍ୟ ରହିଛନ୍ତି। ରବିବାର ସକାଳେ ଯେତେବେଳେ ଧର୍ମଦାସଙ୍କ ପରିବାର ନ ଉଠିଲେ ଏହାପରେ ସନ୍ଦେହରେ ପଡ଼ିଶା ଘର ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଘରର ଭିତରପଟୁ ତାଲା ପଡ଼ିଥିଲା। ଏହାପରେ ପୋଲିସ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରି ରହିଛି। ବିସ୍ତୃତ ଅନୁସନ୍ଧାନ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଏସ୍‌ପି ଖେର୍‌ କହିଛନ୍ତି।

Share