୧୮ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ କାବୁଲ ଫେରିଲା

କାବୁଲ,୨୪ା୫: ବୁଲଗେରିଆରେ ମୃତ୍ୟୁବରଣ କରିଥିବା ୧୮ ଜଣ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ପଠାଯାଇଛି। ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ବୁଲଗେରିଆରେ ଏକ ପରିତ୍ୟକ୍ତ ଟ୍ରକ୍‌ରେ ବେଆଇନ ଭାବେ ମାନବ ଚାଲାଣ କରୁଥିଲା। ଟ୍ରକରେ ଜଣେ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତଦେହ ମିଳିଥିଲା। ଫେବୃୟାରୀରେ, ବୁଲଗେରିଆ କର୍ତ୍ତୃପକ୍ଷ ରାଜଧାନୀ ସୋଫିଆ ବାହାରେ ଏକ ରାଜପଥରେ ପରିତ୍ୟକ୍ତ ଟ୍ରକ୍‌ରେ ଥିବା ଏକ ଗୁପ୍ତ ଡାଲାରେ ଶିଶୁଙ୍କ ସମେତ ୧୮ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା।

ଅଧିକାରୀମାନେ କହିଛନ୍ତି, ସମସ୍ତ ୧୮ ଆଫଗାନିସ୍ତାନ ପ୍ରବାସୀଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ବୁଲଗେରିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ଟ୍ରକଟି ବେଆଇନ ଭାବେ ପ୍ରବାସୀମାନଙ୍କୁ ଏକ ଡାଲାରେ ଲୁଚାଇ ରଖିଥିଲା। ଯେଉଁଥିରେ ପ୍ରାୟ ୪୦ ଜଣ ଲୋକ ଥିଲେ। ଏମାନଙ୍କ ମଧ୍ୟରୁ ୧୮ ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

Share