ହାତୀକୁ ବଞ୍ଚାଇବାକୁ ଯାଇ ଓଲଟିଲା ବୋଟ୍‌

କଟକ ଅଫିସ,୨୪।୯: ମୁଣ୍ଡୁଳି ଜଳ ସ୍ରୋତରେ ଏକ ଦନ୍ତାହାତୀ ଶୁକ୍ରବାର ଫସିଛି। ତେବେ ମହାନଦୀ ମଝିକୁ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ ମଧ୍ୟ ଓଲଟି ପଡ଼ିଛି। ହାତୀକୁ କୂଳକୁ ଘଉଡାଇବା ବେଳେ ମୁଣ୍ଡଳି ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ରବର ବୋଟ୍‌
ଓଲଟି ପଡ଼ିଛି। ଉକ୍ତ ରବର ବୋଟରେ ଓଡ୍ରାଫ ଟିମ୍‌ ଅପରେଶନରେ ସାମିଲ ଥିଲେ
ସୂଚନାଯୋଗ୍ୟ, ଦୀର୍ଘ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ନଦୀକୁ ଯାଇଥିବା ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି।