କିଟିକିଟି ଅନ୍ଧାରରେ ବ୍ଲକ୍‌ ମୁଖ୍ୟାଳୟ, ବାରମ୍ବାର ଖବର ପ୍ରସାରଣ ମଧ୍ୟ କାହାର ନଜର ପଡୁନି

ଥୁଆମୂଳ ରାମପୁର,୨୧ା୭(ଦୁର୍ଗା କୀର୍ତ୍ତି): ଅନ୍ଧାରରେ କିଟକିଟି ବ୍ଲକ ମୁଖ୍ୟାଳୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାଠାରେ ଡିଏମ୍‌ଏଫ୍‌ ଗ୍ରାଣ୍ତରୁ ଗତ ୨୦୧୭ ଆର୍ଥିକ ବର୍ଷାରେ ୧୭,୯୨.୭୮୦ ଟଙ୍କା ଖର୍ଚ୍ଚରେ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ମା’ ମାଣିକେଶ୍ୱରୀ ମନ୍ଦିର ବଜାର ପଡ଼ିଆ ପର୍ଯ୍ୟନ୍ତ ଲଗାଯାଇଥିବା ସୋଲାର ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ମାତ୍ର କିଛି ଦିନ ଆଲୋକୀକରଣ କରି କିଛି ଦିନ ପରେ ଯାହା ଆଜି ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ତଥାପି ନା ପ୍ରଶାସନର ନଜର ନା ସ୍ଥାନୀୟ ରାଜ ନେତାଙ୍କ ନଜର, କାହାରି ନଜର ମଧ୍ୟ ପଡ଼ି ନାହିଁ। ଯାହାଫଳରେ ଅନେକ ପଥଚାରୀଙ୍କଠାରୁ ଆରମ୍ଭ କରି ସ୍କୁଲ କଲେଜ ଛାତ୍ରୀଛାତ୍ର ଟିଉସନ ଯିବା ଆସିବା ସମୟରେ ରାତିର କିଟି କିଟିଅନ୍ଧାରରେ ବିଭିନ୍ନ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ଏମିତିକି ବର୍ଷା ଦିନ ହେତୁ ଖାଲଖମାରେ ଭର୍ତ୍ତି କାଦୁଅ ସରସର କିଛି ରାସ୍ତାରେ ଚଳାଚଳ ପ୍ରତି ବିପଦର ଆଶଙ୍କା ସାଙ୍ଗକୁ ଅନ୍ଧାର ରାସ୍ତାରେ ଗୋରୁଙ୍କ ଚରାଭୂଇଁ ମଧ୍ୟ ପାଲଟିଥିବା ଯୋଗୁ ଅନେକ ସମୟରେ ବାଇକ୍‌ ଚାଳକଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଯାନବାହନ ଚଳାଚଳ ସମୟରେ ଅନେକ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ଦେଖାଦେଉଛି। ବହୁ ଅର୍ଥ ବ୍ୟୟରେ ଯେଉଁ ଷ୍ଟ୍ରିଟ୍‌ ଲାଇଟ୍‌ ଯୋଗାଣ ହୋଇଥିଲା ତାହା ଏବେ ସବୁ ଅର୍ଥ ପାଣିରେ ପଡ଼ିଲା ପରି ମନେହେଉଛି।

ସରକାର୍‌ କା ମାଲ୍‌ ଦରିଆ ମେ’ ଡାଲ୍‌ ଭଳି ଘଟଣା ପରିଲକ୍ଷିତ ହେଉଛି। ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରିତ କରାଯାଇଥିଲା। କିନ୍ତୁ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ଥାନୀୟ ରାଜନେତାଙ୍କ ପକ୍ଷରୁ ଏହା ଉପରେ କୌଣସି ଦୃଷ୍ଟି ନ ଦେବା ଅତି ବିଡ଼ମ୍ବନାର ବିଷୟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ବ୍ଲକ ମୁଖ୍ୟାଳୟ ଅବସ୍ଥା ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳର ଅବସ୍ଥା ସହଜରେ ଅନୁମେୟ। ଯାହାକି ଏହାକୁ ଦୀପତଳ ଅନ୍ଧାର ବୋଲି କୁହାଯାଇଛି। ଲାଭଖୋର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ଷ୍ଟ୍ରିଟ୍‌ ଲାଇଟ୍‌ର ଏଅବସ୍ଥା ହୋଇଛି ବୋଲି ଅଭିଯୋଗ ମାନ କରୁଥିବା ବେଳେ ନୂତନ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି।

ଏହାକୁ ନେଇ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କୁ ଆମ ପ୍ରତିନିଧି ବାରମ୍ବାର ଅବଗତ କରାଇଥିଲେ। ବିଡିଓ ମୁଦୁଲି ଏନେଇ ଯଥାଶୀଘ୍ର ପଦକ୍ଷେପ ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଡିଓ ମଧ୍ୟ ନିଜ ପ୍ରତିଶ୍ରୁତି ପ୍ରତି ଅବହେଳା କରିବା ପରିତାପର ବିଷୟ। ଏସମ୍ପର୍କରେ ପୁନଃବାର ବିଡିଓଙ୍କୁ ପଚାରିବାରୁ ବର୍ତ୍ତମାନ କୌଣସି ପାଣ୍ଠି ଆସି ନାହିଁ, ଆଗାମୀ ଦିନରେ ସେମିତି କିଛି ପାଣ୍ଠି ଆସେ ତେବେ ଆମେ ନୂତନ ଭାବରେ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ କରିବୁ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକିରହିଲା ବର୍ତ୍ତମାନର ଖବର ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ କି ଭଳି ପଦକ୍ଷେପ ଗ୍ରହଣ କରି ଷ୍ଟ୍ରିଟ୍‌ ଲାଇଟ୍‌ ପୁନର୍ବାର ଜଳିବ ଲୋକେ ସୁବିଧା ପାଇବେ ସେହି ସମୟକୁ ହିଁ ଅପେକ୍ଷା ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri