ପରିଚୟ ହରାଇଲାଣି କୃଷ୍ଣସାଗର

କୁଆମରା,୫।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା-ଚିଲିମା ଗ୍ରାମର ମଧ୍ୟସ୍ଥଳୀରେ ରାଜ ରାଜୁଡ଼ା ଅମଳରୁ ୪ ଏକର ବିଶିଷ୍ଟ କୃଷ୍ଣ ସାଗର ନାମରେ ଏକ ଜଳାଶୟ ରହିଛି। ଏହାର ଗଭୀର ପ୍ରାୟ ୨୦ ଫୁଟରୁ ଅଧିକ ହେବ। ଏହି ଜଳାଶୟରେ ଗ୍ରାମବାସୀ ସ୍ନାନାଦି କର୍ମ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ପୂଜା ପାଠ କରି ପୂଜା ମଣ୍ଡପକୁ ଜଳ ନେଇଥାନ୍ତି। କୃଷ୍ଣ ସାଗର ନାମରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ମାତ୍ର ପ୍ରଶାସନ, ପଞ୍ଚାୟତର ଅଣଦେଖା ଓ ଅବହେଳାରୁ ଏହାର ପୁନରୁଦ୍ଧାର ହୋଇ ନ ପାରି କ୍ରମଶଃ ପୋତି ହୋଇ ପଡ଼ିଲାଣି। ଅନାବନା ଦଳ ଓ ପଙ୍କ ଉଦ୍ଧାର ହୋଇ ପାରୁ ନାହିଁ। ଫଳରେ ଏହା ପରିଚୟ ହରାଇବାକୁ ବସିଲାଣି।
କୁଆମରା, ଚିଲିମା ଓ ଆଗରପଡ଼ା ଗ୍ରାମର ଲୋକେ ବିଶେଷ କରି ଏହି ପୋଖରୀ ଉପରେ ର୍ନିଭର କରନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଗଙ୍ଗା ନଦୀର ଜଳକୁ ସ୍ବଚ୍ଛ କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୧୭ରୁ ପ୍ରୟାସ ଜାରି ରହିଛି। ମାତ୍ର ସ୍ବତନ୍ତ୍ର ପରିଚୟ ରଖିଥିବା ଏହି କୃଷ୍ଣ ସାଗରର ପାଣି ଏବେ ଜହର ପାଲଟିଲାଣି। ଜଳାଶୟ ଆବର୍ଜନା କୁଣ୍ଡ ପାଲଟିବା ଯୋଗୁ ଏଥିରେ ସ୍ନାନ କଲେ ବିଭିନ୍ନ ଚର୍ମରୋଗରେ ଶିକାର ହେଉଛନ୍ତି ଲୋକେ। ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିବା ଯୋଗୁ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଜଳାଶୟଟି ଗ୍ରାମର ଶେଷ ମୁଣ୍ଡରେ ରହିଛି। ଏହା ନିକଟରେ ୩ ଖଣ୍ଡ ଗ୍ରାମର ୫ ହେକ୍ଟର ଚାଷ ଜମି ରହିଛି। ଲୋକେ ଖରିଫ ଓ ରବି ଚାଷ ପାଇଁ ଏହି ଜଳାଶୟର ପାଣିକୁ ବ୍ୟବହାର କରିଥାନ୍ତି। ମାତ୍ର ବର୍ଷକୁ ବର୍ଷ ଏହା ପୋତି ହୋଇ ପଡ଼ିବା ଯୋଗୁ ପୂର୍ବାପେକ୍ଷା ଜଳାଶୟରେ ପାଣି ସଂରକ୍ଷଣ କମି କମି ଯାଉଛି। ଅଧିକ ଜଳ ସଂରକ୍ଷଣ ନ ହୋଇ ପାରିବା ଯୋଗୁ କମ୍‌ ବୃଷ୍ଟିପାତ ସମୟରେ ଏହା ଚାଷୀଙ୍କ କାମରେ ଆଉ ଲାଗି ପାରୁନାହିଁ। ଅନ୍ୟପକ୍ଷରେ ଦଳ ଭର୍ତ୍ତି ହୋଇ ରହିବା ଯୋଗୁ ଗାଧୋଇବା ସହ କ୍ରିୟାକର୍ମ ବି ହୋଇପାରୁ ନାହିଁ। ମାଛ ଚାଷରେ ମଧ୍ୟ କ୍ଷତି ଘଟୁଛି। ତେବେ ଏହାର ପୁନରୁଦ୍ଧାର ହେଲେ ଶ୍ରମିକମାନେ କାମ ପାଇବା ସହ କୃଷକ ଓ ମାଛ ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମବାସୀମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri