ବଢୁଛି କଳାହୀରାର କଳାବଜାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୨ା୧: କଳାହୀରା ଭାବେ ପରିଚିତ କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛି ଦିନ ହେଲା ଜିଲାର ପାଣିକୋଇଲି ଓ କୋରେଇ ଥାନା ଅଞ୍ଚଳରେ ଚୋରା କୋଇଲାର ଡିପୋ ଓ ଚୋରା ଚାଲାଣ କାରବାର ଜୋର ଧରିଛି। ବେଆଇନ ଡିପୋରୁ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୂରତା ପ୍ରାୟ ୧୫ କି.ମି. ହୋଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ରହିଥିବା ଚର୍ଚ୍ଚା ହେଉଛି। ଗତ କିଛିମାସ ତଳେ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଖଣି ବିଭାଗ ଓ ସ୍ଥାନୀୟ ପୋଲିସ ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ଏହି କାରବାରକୁ କିଛିଦିନ ପାଇଁ ବନ୍ଦ କରିଥିଲେ। ମାତ୍ର ଅନାୟାସରେ ଦରମା ବାହାରେ ମୋଟା ଲାଭର ମୋହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଧୈର୍ଯ୍ୟଚ୍ୟୁତି କରିଥିଲା। ବେଶିଦିନ ଚୁପ ରହି ନ ପାରି ପୂର୍ବଭଳି ଏହି କାରବାର କାୟା ବିସ୍ତାର କରିଥିବା ଅଭିଯୋଗ ହେଉଛି।
ପୂର୍ବରୁ ପାଣିକୋଇଲି ଅଞ୍ଚଳର ପଥରପଦା ପଞ୍ଚାୟତ ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି ନାମରେ ବେଆଇନ କୋଇଲା କାରବାର ଉପରେ କୋରେଇ ବ୍ଲକ ଜନଶୁଣାଣୀରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଖୁବଶୀଘ୍ର କୋଇଲା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜିଲାପାଳ ତାଙ୍କ ପ୍ରତିଶ୍ରୁତିକୁ ଭୁଲି ଯାଇଥିବା ମନେ ହେଉଛି। ଫଳରେ ଅନୁମତିଠାରୁ ଢେର ଗୁଣା ଅଧିକ ଜମିରେ କୋଇଲା କୁଢ଼ କରି ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି। ଏବେ ମଧ୍ୟ ଏହି ଇଣ୍ଡଷ୍ଟ୍ରି ନିକଟରେ ବାସ କରୁଥିବା ପରିବାର ସଦସ୍ୟମାନେ କୋଇଲା ପ୍ରଦୂଷଣରେ ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି । ପୁନର୍ବାର ଏହି ଅଞ୍ଚଳରେ କୋଇଲାର କଳା କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ୧୬ନଂ. ଜାତୀୟ ରାଜପଥର ପାଣିକୋଇଲି ଓ ଷଠିପୁର ଅଞ୍ଚଳର ଦୁଇ ପାର୍ଶ୍ୱରେ ୨୦ରୁ ଊର୍ଦ୍ଧ୍ୱ ବେଆଇନ କୋଇଲା ଡିପୋ ରହିଛି। ମୂଳାପାଳ ପଞ୍ଚାୟତର କ୍ଷୀରୋ ଗ୍ରାମ, ମାଳଆନନ୍ଦପୁର ପଞ୍ଚାୟତର ନମିଟିକିରି, ବ୍ରଜନଗର ଆଦି ଗ୍ରାମରେ ଅନେକ ବେଆଇନ କୋଇଲା ଡିପୋ ରହିଛି। ଏଥିସହିତ ପାଣିକୋଇଲି ଅଞ୍ଚଳରେ ଏକାଧିକ ଓଜନ କଣ୍ଟା ସ୍ଥାପନ ହୋଇଛି। ସବୁଠାରୁ ବଡ଼କଥା ହେଉଛି ତାଳଚେର ଦେଇ ଆସୁଥିବା କୋଇଲା ବୋଝେଇ ଭାରିଯାନକୁ ଏହି ବେଆଇନ ଡିପୋଗୁଡ଼ିକରେ ଅଟକାଇ ହାର୍ଡ କୋକଗୁଡ଼ିକୁ କାଢ଼ି ସେହି ଓଜନ ଅନୁପାତରେ ବାଲି, ଗୋଡି ଓ ବଢ଼ ବଡ଼ ପଥର ଭର୍ତ୍ତି କରାଯାଉଛି । ପରେ ଟ୍ରକ ଗୁଡ଼ିକୁ ପୁନର୍ବାର କଣ୍ଟାରେ ଓଜନ କରି ଛାଡ଼ି ଦିଆଯାଉଛି। ଏହି ଚୋରା କାରବାରକୁ ପାଣିକୋଇଲି ଅଞ୍ଚଳର କେତେଜଣ ବ୍ୟକ୍ତି ଓ ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ଅନୁଗତ ସାମିଲ ଥିବା ଚର୍ଚ୍ଚା ହେଉଛି । କୋଇଲା ଗାଡ଼ି ଚଳାଉଥିବା କେତେଜଣ ଖଳ ପ୍ରକୃତିର ଡ୍ରାଇଭରମାନଙ୍କୁ ହାତ କରି ଏହି ବ୍ୟବସାୟୀମାନେ ପାଣିକୋଇଲି ଅଞ୍ଚଳରେ ଦୀର୍ଘଦିନ ହେବ ଏହି ବ୍ୟବସାୟ କରି ଲାଭବାନ ହେଉଥିବାବେଳେ ସରକାରଙ୍କ ବିପୁଳ କୋଟି ଟଙ୍କାର ରାଜସ୍ବ ହାନୀ ଘଟୁଛି । ଯାଜପୁର ରୋଡ଼ ଖଣି ବିଭାଗ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏଁ ସମସ୍ତେ ଏ ବିଷୟରେ ଜାଣି ଅଜଣା ହେବାର ଅଭିନୟ କରୁଥିବା ମତପ୍ରକାଶ ପାଇଛି । ତଳସ୍ତରର ପୋଲିସ ଅଧିକାରୀଙ୍କ ସହ ସମ୍ପୃକ୍ତ ଗୋଷ୍ଠୀଙ୍କ ସମ୍ପର୍କ ଥିବା କାରଣରୁ ଲୋକେ ଏ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇଲେ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟବସାୟୀଙ୍କ ରୋଷର ଶିକାର ହେବାକୁ ପଡୁଛି । ଫଳସ୍ବରୂପ ଲୋକେ ମଧ୍ୟ ଆଉ ତଳସ୍ତରର ଅଧିକାରୀଙ୍କୁ ନ ଜଣାଇ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଉଛନ୍ତି। ତଥାପି କୌଣସି ସୁଫଳ ମିଳି ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ ବିଭୁତି ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଅଭିଯୋଗ ସଂକ୍ରାନ୍ତରେ ଅନୁଧ୍ୟାନ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri