ଧରାପଡ଼ିଲା ‘ବ୍ଲାକ୍‌ ଜ୍ୟାକେଟ’ ଗ୍ୟାଙ୍ଗ

ଭୁବନେଶ୍ୱର,୫।୯ (ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରେ ସ୍ପିଡ୍‌ ବାଇକରେ ସୁନା ଚେନ୍‌ ଛିନତାଇ କରି ଫେରାର ହୋଇଯାଉଥିବା ‘ବ୍ଲାକ୍‌ ଜ୍ୟାକେଟ’ ଗ୍ୟାଙ୍ଗର ୪ଜଣଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ସେମାନେ ହେଲେ ବଡଗଡ ମଙ୍ଗଳାସାହିର ସନ୍ତୋଷ ନାୟକ ଓରଫ ରକେଟ(୨୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରଶ୍ମି ରଞ୍ଜନ ନାୟକ(୩୧), ନୟାଗଡ ଜିଲା ଖଣ୍ଡପଡାର ବୁଲୁ ନାୟକ(୨୮) ଓ ଇଟାମାଟିର ସର୍ବେଶ୍ୱର ଗୋଚ୍ଛାୟତ(୨୮)। ସେମାନଙ୍କଠାରୁ ୩୦ଟି ସୁନା ଚେନ୍‌, ୩ଟି ସ୍ପିଡ୍‌ ବାଇକ, ୨ ବ୍ଲାକ୍‌ ଜ୍ୟାକେଟ ଓ ବିଭିନ୍ନ ଘରୋଇ ସଂସ୍ଥାରୁ ହୋଇଥିବା ଋଣ ସଂକ୍ରାନ୍ତ କାଗଜପତ୍ର ଜବତ ହୋଇଛି। ଅଭିଯୁକ୍ତମାନେ ଶହୀଦନଗର ଥାନାରେ ହୋଇଥିବା ୯ଟି ମାମଲା, ନୟାପଲ୍ଲୀ ଓ କ୍ୟାପିଟାଲ ଥାନାରେ ୩ଟି ମାମଲାରେ ସମ୍ପୃକ୍ତ ଥିବା ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ଲୁଟ୍‌ ଗହଣାକୁ କିଛିଦିନ ପାଖରେ ରଖିବା ପରେ ଏହାର ଜାଲ ବିଲ୍‌ ତିଆରି କରି ଏହାକୁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ନେଉଥିଲେ। ଋଣ କରିବା ଲାଗି ସେମାନେ ନିଜ ମା’, ସ୍ତ୍ରୀ ଓ ଭଉଣୀଙ୍କ ନାମରେ କାଗଜପତ୍ର ଦାଖଲ କରୁଥିଲେ।
ଅଭିଯୁକ୍ତମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିଲେ। ଛିନ୍‌ତାଇ ଲାଗି ଅଭିନବ ତରିକା ଆପଣାଇଥିଲେ। ଅପରାଧ କରିବା ସମୟରେ ସମସ୍ତ ଅଭିଯୁକ୍ତ କଳା ରଙ୍ଗର ଜ୍ୟାକେଟ ପିନ୍ଧିବା ସହ ସ୍ପିଡ୍‌ ବାଇକ ବ୍ୟବହାର କରିଥାନ୍ତି। ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ ରଖିବା ସହ ଗାଡିରେ ବ୍ୟବହାର କରୁଥିବା ନମ୍ବର ପ୍ଲେଟ୍‌କୁ ଲିଭାଇ ଦେଇଥାନ୍ତି। ଭୁବନେଶ୍ୱରରେ ବିଶେଷକରି ବିଭିନ୍ନ ଗଳିକନ୍ଦିରେ ବୁଲି ଚେନ ପିନ୍ଧା ମହିଳାଙ୍କୁ ଟାର୍ଗେଟ କରି ଲୁଟ୍‌ କରୁଥିଲେ। ଗତ ୬ ମାସ ମଧ୍ୟରେ ଶହୀଦନଗର, ନୟାପଲ୍ଲୀ, ଖାରବେଳନଗର, କ୍ୟାପିଟାଲ, ପାହାଳ ଆଦି ଥାନା ଅଞ୍ଚଳରେ ବହୁ ଚେନ୍‌ ଲୁଟ କରି ଥିବା ଜଣାପଡିଛି। ପୋଲିସ ସିସିଟିଭି ଫୁଟେଜ,ଗାଡିର ନମ୍ବର ଆଦି ଯାଞ୍ଚ କରି ତଥ୍ୟ ହାସଲ ପରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri